ପଦ୍ମ ଧରିଲେ ବିଦୁସ୍ମିତା

ପଦ୍ମ ଧରିଲେ ବିଦୁସ୍ମିତା

ପଦ୍ମ ଧରିଲେ ବିଦୁସ୍ମିତା
ଭୁବନେଶ୍ୱର : ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତା ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। । ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିରେ ମିଶ୍ରଣ ପର୍ବ କ୍ରମାଗତ ଜାରି ରହିଛି। ବିଗତ ଦିନରେ ଅନେକ ବିଧାୟକ, ସାଂସଦ, ନେତାଙ୍କ ଯୋଗ ଦାନ ପରେ ଏହି କ୍ରମରେ ଆଜି ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଦୁସ୍ମିତା ଓଡ଼ିଆ ସିନେମା ଏବଂ ଟେଲି ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ସେ ଆଲବମ୍ ଜଗତରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ବିବାହପରେ ମଧ୍ୟ ସେ ଅଭିନୟରେ ସକ୍ରିୟ ଅଛନ୍ତି। ବିଦୁସ୍ମିତାଙ୍କ ସ୍ୱାମୀ ଅନନ୍ତ ଦାଶ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୋଲି ଶୁଣିବାକୁ ମିଳୁଛି।