ବୈଜୟନ୍ତଙ୍କ ମୁଖା ଖୋଲିଲା: ବିଜେଡି

ବୈଜୟନ୍ତଙ୍କ ମୁଖା ଖୋଲିଲା: ବିଜେଡି

ବୈଜୟନ୍ତଙ୍କ ମୁଖା ଖୋଲିଲା: ବିଜେଡି
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ବାସୀଙ୍କୁ ଠକିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ୨୦୧୪ରେ କାହିଁକି ମିଛ କହିଥିଲେ? ୨୦୧୪ରେ କାହିଁକି ନିଜ ସଂପର୍କରେ ଭୁଲ ତଥ୍ୟ ଦେଇଥିଲେ? ଏନେଇ ପ୍ରଶ୍ନ କରିଛି ବିଜେଡି । କୌଣସି ପାରିବାରିକ କଂପାନୀରୁ ଆୟ ହେଉ ନଥିବା ଦର୍ଶାଇଥିଲେ ବୈଜୟନ୍ତ । ଚାରିଆଡୁ ଚାପ ଓ ନିନ୍ଦା ପାଉଥିବା ୨୦୧୯ରେ ଦର୍ଶାଇଥିଲେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଇମ୍ପାରୁ ୩ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୨କୋଟି ଟଙ୍କା ଦରମା ପାଉଥିଲେ । ଇମ୍ପା ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି । କିନ୍ତୁ ୨୦୧୪ରେ ଏହାର ତଥ୍ୟ ଦେଇ ନଥିଲେ ବୈଜୟନ୍ତ । ୨୦୧୮ ମାର୍ଚ୍ଚରେ ତାଙ୍କ ନାଁରେ ଫୌଜଦାରୀ ମାମଲା ହୋଇଥିଲା । ବର୍ତ୍ତମାନ ବୈଜୟନ୍ତଙ୍କ ମୁଖା ଖୋଲିଯାଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।