ମୋଦୀ ଜଣେ ଭୀରୁ: ମଣି ଶଙ୍କର ଆୟାର

ମୋଦୀ ଜଣେ ଭୀରୁ: ମଣି ଶଙ୍କର ଆୟାର

ମୋଦୀ ଜଣେ ଭୀରୁ: ମଣି ଶଙ୍କର ଆୟାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଚ୍ଚ ଆଦମୀ କହିବା ଯଥାର୍ଥ ଥିଲା ବୋଲି ଗତକାଲି ବୟାନ ଦେଇ ସୃଷ୍ଟି କରିଥିବା ବରିଷ୍ଠ କଂଗ୍ରେସ ନେତା ମନ୍ତ୍ରୀ ମଣି ଶଙ୍କର ଆୟାର ଆଜି ପୁଣିଥରେ ମୋଦୀଙ୍କୁ ଭୀରୁ କହିଛନ୍ତି । ତେବେ ୨୦୧୭ରେ ମୋଦୀଙ୍କ ବିରୋଧରେ ନୀଚ ଶବ୍ଦ ପ୍ରୟୋଗ କରିଥିବା ନେଇ ଆୟରଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିବାବେଳେ ଏବେ ସେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କିନ୍ତୁ ଆୟାରଙ୍କର ଏହି ନୀଚ ଶବ୍ଦ ପ୍ରସଙ୍ଗରେ ସାମ୍ବାଦିକମାନେ ତାଙ୍କୁ ଏକ ପ୍ରଶ୍ନ କରିଥିବାବେଳେ ଆୟାର ଏଥିରେ ଉତକ୍ଷିପ୍ତ ହୋଇ ଯାଇଥିଲେ । ସାମ୍ବାଦିକଙ୍କ ମାଇକ୍ରୋଫୋନ ଠେଲି ଦେବା ସହ ତାଙ୍କୁ କୌଣସି ପ୍ରଶ୍ନ ନ କରିବା ପାଇଁ ସେ ଧମକାଇଥିଲେ । ଆୟାର କହିଥିଲେ ଭାରତରେ ଜଣେ ବ୍ୟକ୍ତି ନରେନ୍ଦ୍ର ମୋଦୀଙ୍କୁ କଣ ସେମାନେ ଜାଣନ୍ତି ନାହିଁ । ଆୟାର ପୁଣିଥରେ କହିଥିଲେ ଯେ ମୋଦୀ ଜଣେ ଭୀରୁ ହୋଇଥିବାରୁ ସେ ଗଣମାଧ୍ୟମକୁ କିଛି କହିବେନି ।