ମେଡିକାଲରେ ୧୭ ଘଂଟା ହେଲା ପଡିଛି ଶବ

ମେଡିକାଲରେ ୧୭ ଘଂଟା ହେଲା ପଡିଛି ଶବ

ମେଡିକାଲରେ ୧୭ ଘଂଟା ହେଲା ପଡିଛି ଶବ
ଭୁବନେଶ୍ୱର: ଆନନ୍ଦପୁର ମେଡିକାଲ ପରିସରରେ ଏକ ମୃତଦେହ ୧୭ ଘଂଟା ହେଲା ପଡି ରହିଛି । କାଲି ସନ୍ଧ୍ୟା ୬ ଟାରୁ ମେଡିକାଲରେ ମୃତଦେହ ପଡି ରହିଛି । ସେହି ମୃତଦେହର ପୋଷ୍ଟମର୍ଟମ ହୋଇନି । ମୃତଦେହର ପୋଷ୍ଟମର୍ଟମ ହୋଇନଥିବାରୁ ମେଡିକାଲରେ ଗାଁ ଲୋକମାନେ ଅପେକ୍ଷା କରି ରହିଛନ୍ତି । ଆଦିବାସି ପରମ୍ପରା ଅନୁସାରେ ଶବ ସକ୍ରାର ଶେଷ ନ ହେବା ଯାଏ କେହି ଖାଇବା ପିଇବା କରି ନଥାନ୍ତି । ଅଖିଆ ଅପିଆ ଗାଁର ଶତାଧିକ ଲୋକେ ମେଡିକାଲରେ ଅପେକ୍ଷା କରି ରହିଛନ୍ତି । ଡାକ୍ତର ସହଯୋଗ କରୁ ନ ଥିବାରୁ ପୋଷ୍ଟମର୍ଟମରେ ବିଳମ୍ବ ହେଉଛି ବୋଲି ଗ୍ରାମୀବାସୀ ଅଭିଯୋଗ କରିଛନ୍ତି । କାଲି ବାହାଘର ଭୋଜିରେ ବଜ୍ରପାତ ଯୋଗୁଁ ମୃତୁ୍ୟ ଘଟିଥିଲା । ମୃତକ ଜଣକ କଟାଘାଟି ଟାଙ୍ଗିରିଆପାଳ ଗାଁର ହୋଇଥିବା ଜଣାପଡିଛି ।