ଆନ୍ଧ୍ରରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ

ଆନ୍ଧ୍ରରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ

ଆନ୍ଧ୍ରରେ   ୫ ଜଣ  ଉପମୁଖ୍ୟମନ୍ତ୍ରୀ ରହିବେ
ଆନ୍ଧପ୍ରଦେଶ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତର ରାଜନୈତିକ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କ ସହ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଇଥିଲେ । କିନ୍ତୁ ଏବେ ୱାଇଏସ ଜଗମୋହନ ରେଡ୍ଡୀ ଆଉ ପାଦେ ଆଗେଇ ଯାଇଛନ୍ତି । ସେ ଜଣେ କି ଦୁଇ ଜଣ ନୁହେଁ ମୋଟ ୫ ଜଣ ଉପମୁଖ୍ୟ ମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏସସି, ଏସଟି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମାଜରୁ ଜଣେ ଜେଣ ଉପମୁଖ୍ୟମନ୍ତ୍ରୀ ରହିବେ । ଏଥିସହ ପ୍ରତି ଅଢେଇ ବର୍ଷରେ ଥରେ କାର୍ଯ୍ୟର ଅନୁଧ୍ୟାନ କରାଯିବ ବୋଲି ୱାଇଏସ ଜଗମୋହନ ରେଡ୍ଡୀ ନିଷ୍ପତ୍ତି ନେଇଛନ୍ତି ।