କାଳିଆ ପାଇଁ ଅଧିକ ବ୍ୟୟ ବରାଦ

କାଳିଆ ପାଇଁ ଅଧିକ ବ୍ୟୟ ବରାଦ

କାଳିଆ ପାଇଁ ଅଧିକ ବ୍ୟୟ ବରାଦ
ଭୁବନେଶ୍ୱର : କାଳିଆ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ୩୨୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆହୁରୀ ୩୨.୩୪ ଲକ୍ଷ କୃଷକ ପରିବାର କାଳିଆ ଯୋଜନାରେ ଉପକୃତ ହୋଇପାରିବେ । ଏଥିରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ୨୫ ଲକ୍ଷ ଭୂମିହୀନ ଚାଷୀ ମଧ୍ୟ କାଳିଆ ଯୋଜନାରେ ଲାଭ ପାଇ ପାରିବେ । କଳିଆ ଯୋଜନାରେ ମୋଟ ୭୫ ଲକ୍ଷ କୃଷକ ପରିବାର ଅନ୍ତର୍ଭୃକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି । ସମସ୍ତ ଚାଷୀ ଯେପରୀ କାଳିଆରୁ ବଂଚିତ ନ ରୁହନ୍ତୁ । ଓଡିଶାର ସମସ୍ତ ଚାଷୀ ପରିବାର କାଳିଆ ଯୋଜନା ସାମିଲ ହୋଇ କାଳିଆରୁ ଉପକୃତ ହୁଅନ୍ତୁ । ସେଥି ପାଇଁ ସରକାର ଠୋସ୍ ପଦକ୍ଷେପ ନେଉଛନ୍ତି ।