ବିଧାୟକଙ୍କ ନାଁରେ ମାମଲା ରୁଜୁ

ବିଧାୟକଙ୍କ ନାଁରେ ମାମଲା ରୁଜୁ

ବିଧାୟକଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ୱର: ପାଟଣାଗଡ ଥାନରେ ବିଧାୟକ ସରୋଜ ମେହେରଙ୍କ ନାମରେ ମାମଲା ରୁଜୁ । ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ଭାଇରାଲ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସଙ୍କ ଏତଲା ଆଧାରରେ ବିଧାୟକଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଆଇପିସି ଓ ଏସସି/ଏସଟି ଆକ୍ଟ ଅନୁଯାୟୀ ମାମଲାରୁଜୁ ହୋଇଛି । ମାମଲା ହୋଇଥିବା କହିଛନ୍ତି ପାଟଣାଗଡ଼ ଏସଡିପିଓ ସୁରେଶ ନାୟକ। ସୂଚନାଯୋଗ୍ୟଯେ, ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବାରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସଂପୃକ୍ତ ପୂତର୍ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବସଉଠ କରାଇଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେତେକ ବିଧାୟକଙ୍କ କାର୍ଯ୍ୟକୁ ନିନ୍ଦା କରିଥିବାବେଳେ ଅନ୍ୟ କେତେକ ପ୍ରଶଂସା କରିଥିଲେ । ତେବେ ପରେ ବିଧାୟକ ଶ୍ରୀ ମେହେର ଏଥିପାଇଁ କ୍ଷମା ମାଗିଥିଲେ । ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କ ପନôୀ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ।