ବିଷାକ୍ତ ମଦ ପିଇ ୩ ମୃତ

ବିଷାକ୍ତ ମଦ ପିଇ ୩ ମୃତ

ବିଷାକ୍ତ ମଦ ପିଇ ୩ ମୃତ
ଭୁବନେଶ୍ୱର : ଦୀର୍ଘଦିନ ପରେ ମଦମୃତୁ୍ୟ ଭଳି ସଂଗୀନ ଅଘଟଣ ଘଟିଛି । ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ୩ ଜଣଙ୍କୁ ଭଦ୍ରକରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ୩ ମୃତକ ତିହିଡ଼ି ଥାନା ଦୌଲତପୁର ଓ ନିମାଇ ସାହି ଗାଁର ବୋଲି ଜାଣିବାକୁ ମିଳିଛି । ପୀରହାଟ ନୂଆସାହିରେ କେତେକ ଲୋକ ରାତିରେ ମଦ ପିଇ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ଗାଁରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି । ତେବେ ଚିକିତ୍ସାରେ ଚରମ ଅବହେଳା ହୋଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ସ୍ଥିତି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ବିଷାକ୍ତ ମଦ ପିଇ ମୃତୁ୍ୟ ଘଟଣାରେ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୀରହାଟ ଠାରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।