ଲଜ୍ଜା :୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ଲଜ୍ଜା :୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ଲଜ୍ଜା :୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ
ବରଗଡ଼: ଦୁଷ୍କର୍ମକାରୀକୁ ଫାଶି ଦଣ୍ଡାଦେଶ ଦିଆଯିବା ସତ୍ୱେ କାମୁକଙ୍କ ସଂଖ୍ୟା ଯେ କମିଯିବ ସେଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛି ଶନିବାର ଘଟିଥିବା ଏକ ଘଟଣାରୁ । ଶନିବାର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟାର ସମ୍ପର୍କୀୟ ଭାଇ ନାମରେ ଏଭଳି ଅଭିଯୋଗ ଆସିଥିବାବେଳେ ଏନେଇ ଅତାବିରା ଥାନାରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପୁଲିସ ତନାଘନା ଚଳାଇଛି । ପ୍ରକାଶ ଯେ, ଗତକାଲି ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସ୍ୱରୂପ ଫାଶୀ ଦଣ୍ଡାଦେଶ ଦେଇଥିଲେ ।