ବାଲିଆପାଳ ଆଇଆଇସି ବଦଳିଲେ

ବାଲିଆପାଳ ଆଇଆଇସି ବଦଳିଲେ

ବାଲିଆପାଳ ଆଇଆଇସି ବଦଳିଲେ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ଗତକାଲି ଏକ ଢାବରେ ଜଣେ ନାବାଳକର ମୃତୁ୍ୟକୁ ନେଇ ସୃଷ୍ଟ ଲଙ୍କାକାଣ୍ଡ ପରେ ଆଇଆଇସି ଶ୍ରୀ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ବାଲେଶ୍ୱର ଏସପି ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଥାନାରେ ନିଯୁକ୍ତ କରାଯାଇଛି । ପ୍ରକାଶ ଯେ, ଗତକାଲି ଢାବାରୁ ନାବାଳକର ଶବ ଉଦ୍ଧାର ପରେ ତାତିଥିଲେ ଲୋକେ । ବିଳମ୍ୱରେ ପହଁଚିଥିବା ପୋଲିସ ଉପରେ ଆକ୍ରମଣ କରିଥିଲେ । ପଚରାଉଚରା କରୁଥିବା ପୋଲିସ ବାବୁଙ୍କୁ ମାରି ଲହୁଲୁହାଣ କରିଦେଇଥିଲେ ।