ପିଆଇସିଟି ତିରିଶି ଘଣ୍ଟାରେ ଦୁଇଟି ଦୁର୍ଘଟଣା

ପିଆଇସିଟି ତିରିଶି ଘଣ୍ଟାରେ ଦୁଇଟି ଦୁର୍ଘଟଣା

ପିଆଇସିଟି ତିରିଶି ଘଣ୍ଟାରେ ଦୁଇଟି ଦୁର୍ଘଟଣା
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : ଚିନ୍ତା ବଢାଇଲାଣି ପିଆଇସିଟି, ବାରମ୍ବାର ଦୁର୍ଘଟଣା ଶ୍ରମିକ ମାନେ କାମ କରିବାକୁ ଭୟକଲେଣି, ଗତ କାଲି ଭୋର ସମୟରେ ପାରାଦ୍ୱୀପ ବନ୍ଦର ନିଶିଦ୍ଧାଞ୍ଚଳ ମଧ୍ୟରେ ଥିବା ପାରାଦ୍ୱୀପ ଇଣ୍ଟନେସନାଲ କାର୍ଗୋ ଟର୍ମିନାଲ ମଧ୍ୟରେ “କେନ୍ ଗ୍ଳାଣ୍ଟ” ନାମକ ଜାହାଜରେ ହେଚଆର କଏଲ ଲୋଡିଂ ବେଳେ କ୍ରେନର ରୋପ୍ ଛିଡିପଡିବାର ୨୮ ଟନର କଏଲ ହାଚ ଭିତରେ ଥିବା ଶ୍ରମିକ ମାନଙ୍କ ପାଖରେ ପଡିଲା, ଏକ ନିଶ୍ଚିତ ମୃତୁ୍ୟ ମୁଖରୁ ୫ଜଣ ଶ୍ରମିକ ବଞ୍ଚିଲେ । ପୁଣି ଆଜି ପୁନଃର୍ବାର ଆଉ ଗୋଟିଏ ଅଘଟଣ ଘଟିଛି । ଆଜି ପିଆଇସିଟି ବର୍ଥରେ ପ୍ଳେଟ ଲୋଡିଂ ଚାଲୁଥିବା ବେଳେ ପ୍ଳେଟ ହଲିଯିବାରୁ ସେଥିରେ ଲାଗିଥିବା ଡୋନେଜ୍ ଖସି ଆସି ଜଣେ ଶ୍ରମିକ ପେଟରେ ମାଡ ହୋଇଛି । ଶ୍ରମିକ ଜଣଙ୍କ ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ତାଙ୍କୁ ପ୍ରଥମେ ପାରାଦ୍ୱୀପ ପେର୍ଟ ମେଡିକାଲ ଓ ପରେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତିତ କରାଯାଇଛ । ମାତ୍ର ୩୦ଘଣ୍ଟାରେ ଘଟୁଥିବା ବେଳେ ଏନେଇ ଶ୍ରମିକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି । ଶ୍ରମୀକ ମାେନେ ଏହି ବର୍ଥ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ନିଜ ଜୀବନକୁ ଅସୁରକ୍ଷିତ ମଣୁଥିବା ପ୍ରକାଶ କରିଛନ୍ତି । ପିଆଇସିଟିରେ କାର୍ଯ୍ୟରତ କେତେକ କର୍ମଚାରୀ ମାନଙ୍କ ଖାମଖିଆଲି ନିତି ଶ୍ରମିକ ମାନଙ୍କ ଜୀବନ ସହିତ ପ୍ରତିମୁହୁର୍ତ୍ତରେ ଖେଳଖେଳା ଯାଉଥିବା ବେଳେ ଏହି ସମସ୍ତ ଦୁର୍ଘଟଣାର ଏକ ନିରପେକ୍ଷ୍ୟ ତଦନ୍ତ କରାଯିବାକୁ ଶ୍ରମିକ ମାନେ ଦାବୀ କରିଛନ୍ତି । ପାରାଦ୍ୱୀପ ବନ୍ଦର ସର୍ବଭାରତୀୟ ମେଜର ପୋର୍ଟ ମାନଙ୍କ ମଧ୍ୟରେ ଗତ ଦୁଇବର୍ଷ ୨ୟ ସ୍ଥାନ ଅଧିକାର କରିଆସୁଥିବା ବେଳେ ଏହି ପୋର୍ଟ ମଧ୍ୟରେ ଥିବା ପିଆଇସିଟିର ଦୁର୍ଘଟଣା ଯେ କେଉଁ ସମୟରେ ପାରାଦ୍ୱୀପ ବନ୍ଦରକୁ ବଦନାମ ସିରିପା ନ ପିନ୍ଧାଇବ ତାହା କିଏ କହିବ । ଘଟଣା ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣ ପଣ୍ଡାଙ୍କୁ ପଚାରିବାରୁ ସେ ଦୁଇଟି ଯାକ ଦୁର୍ଘଟଣା କୁ ସ୍ୱିକାର କରିବା ସହ ଏହା ସେମିତି ବଡ ଦୁର୍ଘଟଣା ନୁହେଁ ବୋଲି ଦେବେନ୍ଦ୍ର ପ୍ରଧାନ ଗୁରୁତ୍ୱର ହୋଇ ଭୁବନେଶ୍ୱର ଘରୋଇ ମେଡିକାଲ କୁ ଯିବା ଓ କଏଲ ଛିଣ୍ଡି ପଡିବାର ଅଳ୍ପକେ ମୃତୁ୍ୟ ମୁଖରୁ ବଞ୍ଚିଥିବା ୫ଜଣ ଶ୍ରମିକ ମାନଙ୍କ ପାଇଁ ଅନେକ ଶ୍ରମୀକ ମାନେ ଗେଟ୍ ପାଖରେ ଧାରଣା ଦେବା ଘଟଣାକୁ ତର୍ଜମା କଲେ ଏହା ବଡ କି ଛୋଟ ଘଟଣା ତାହା ସହଜେ ଅନୁମେୟ ହେବ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।