ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ

ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ

ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ
ଭୁବନେଶ୍ୱର:ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀର ମୃତ୍ୟୁ ଘଟିଛି । ଏହି ବର୍ଷ ଏପର୍ଯ୍ୟନ୍ତ କୌଣସି ଡେଙ୍ଗୁ ରୋଗୀ ମୃତ୍ୟୁବରଣ କରି ନଥିଲେ । କଟକ ଏସସିବିରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ମହିଳା ଅଟନ୍ତି । ଗତ ୨୯ରୁ ଡେଙ୍ଗୁ ୱାର୍ଡର ଆଇସିୟୁରେ ଚିକିତ୍ସାଧୀନ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକ ବଡ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ଘଟଣା ।