ସହରରେ ନିର୍ବାଚନୀ ଉଷ୍ମତା, ଲାଇସେନ୍ସପ୍ରାପ୍ତଙ୍କ ୯୫ ରୁ ମିଳିଛି ୫୩ ବନ୍ଧୁକ

ସହରରେ ନିର୍ବାଚନୀ ଉଷ୍ମତା, ଲାଇସେନ୍ସପ୍ରାପ୍ତଙ୍କ ୯୫ ରୁ ମିଳିଛି ୫୩ ବନ୍ଧୁକ

ସହରରେ ନିର୍ବାଚନୀ ଉଷ୍ମତା, ଲାଇସେନ୍ସପ୍ରାପ୍ତଙ୍କ ୯୫ ରୁ ମିଳିଛି ୫୩ ବନ୍ଧୁକ
ଜଟଣୀ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୂବନେଶ୍ୱର କମିଶନରେଟ୍ ପୁଲିସ୍ ପକ୍ଷରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ସେମାନଙ୍କ ବନ୍ଧୁକଗୁଡିକ ନିକଟସ୍ଥ ଥାନାରେ ଜମା କରିବା ପାଇଁ ଥାନାଧିକାରୀଙ୍କ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ବାଚନ ଆଚରଣବିଧି ଲାଗୁ ହେବା ମଧ୍ୟରେ ତୁରନ୍ତ ସେମାନଙ୍କ ବନ୍ଧୁକ ଦାଖଲ କରିବା ପାଇଁ ଥାନାଧିକାରୀ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ମାନଙ୍କୁ ସୁଚନା ଦେଇଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଜଟଣୀଥାନା ଅଧିନରେ ଥିବା ୯୫ ଟି ଲାଇସେନ୍ସପ୍ରାପ୍ତି ବନ୍ଧୁକ ମଧ୍ୟରୁ ଆଜି ସୁଧା ମୋଟ ୫୩ ଟି ବନ୍ଧୁକ ଜମା କରିଛନ୍ତି । ଏଥି ମଧ୍ୟରୁ ୫ ରୁ ୭ ଟି ବ୍ୟାଙ୍କ ସିକ୍ୟୁରିଟି ମାନେ ଡ୍ୟୁଟିରେ ନିଜ ହେପାଜତରେ ରଖିବା ଲାଗି ଥାନାରୁ ମୁଚାଲିକାରେ ନେଇଛନ୍ତି । ଏହା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ନିକଟସ୍ଥ ଥାନାରେ ଜମା ନଦେଲେ ଏ ସଂପର୍କରେ ପୁଲିସ୍ ପାଖରେ କାରଣ ଦର୍ଶାଅ ସବିଶେଷ ତଥ୍ୟ ଦାଖଲ କରିବାକୁ ପଡିବ ବୋଲି ପୁଲିସ୍ ସୁଚନା ଦେଇଛି । ଅନ୍ୟ ପକ୍ଷରେ ଜଟଣୀ ଅଂଚଳରେ ବିଭିନ୍ନ ସମୟରେ ବହୁ ବୋମା, ବନ୍ଧୁକ ଧାରୀ ଅପରାଧି ଗିରଫ୍ ହେଉଥିବା ବେଳେ ଚଳିତ ନିର୍ବାଚନ ସରଗରମକୁ ଲକ୍ଷ୍ୟ ରଖି ପ୍ରଶାସନ ଏହିଭଳି ଅପରାଧିଙ୍କ ମାରଣାସ୍ତ୍ର ଜବତ କରିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶକ୍ରମେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଥାନାରେ ନୂତନଭାବେ ଯୋଗ ଦେଇଥିବା ଥାନାଧିକାରୀଙ୍କ ନମ୍ବର ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମିମାନେ ଜାଣିବା ଲାଗି କମିସନରେଟ୍ ପୁଲିସ୍ ପକ୍ଷରୁ ଥାନା ଗୁଡିକୁ ୨୦୧୫ ରୁ ଦିଆଯାଇଥିବା ‘ସିୟୁଜି’ ଫୋନ୍ ଏବେ ସମସ୍ତଙ୍କ ପାଇଁ ସହାୟକ ହେବ । ଏନେଇ ଜଟଣୀ ଥାନାକୁ ଏହି ‘ସିୟୁଜି’ ନମ୍ବର ବୋର୍ଡଟି ମିଳିଥିବା ବେଳେ ଏହା ଏପର୍ଯ୍ୟନ୍ତ ବ୍ୟବହୃତ ହୋଇନାହିଁ । ଏଥିରେ ଥିବା ନମ୍ବର ଗୁଡିକ ସବୁ ସମୟରେ ସକ୍ରୀୟ ରହିବା ପାଇଁ କମିସନରଙ୍କ ନିର୍ଦ୍ଦେଶ ରହିଛି । ତେବେ ଯଦି ଥାନାଧିକାରୀ କୌଣସି କାର୍ଯ୍ୟରେ ଯାଇଥିବେ ତାଙ୍କ ଅନୁପସ୍ଥିତରେ ଥାନାର ଡି.ସି.ଓଙ୍କୁ ଏହି ନମ୍ବର ଜିମାରେ ଦେଇଯିବେ । ଯାହା ଫଳରେ ଉକ୍ତ ଫୋନ୍ ନମ୍ବର୍ ଜରିଆରେ ଅଂଚଳରେ ଘଟୁଥିବା ଘଟଣା ବିଷୟରେ ଡିସିଓ ଅବଗତ ହୋଇ ତୁରନ୍ତ ପଦକ୍ଷେପ ନେବାର ନିର୍ଦ୍ଦେଶ ରହିଛି ।