ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ
ପୁରୀ:ପ୍ରଶାସନର ବିନା ଅନୁମତିରେ ଶୋଭାଯାତ୍ରା କରିବାକୁ ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ଆସିଛି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏନେଇ ଡ. ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତୁରନ୍ତ ଉତର ଦେବା ପାଇଁ ନୋଟିସରେ କୁହାଯାଇଥିବା ସୂଚନା ମିଳିଛି । ଶ୍ରୀ ପାତ୍ର ଗତକାଲି ପୁରୀକୁ ଏକ ବିଶ୍ୱାଳ ଶୋଭାଯାତ୍ରାରେ ଆସିଥିଲେ । ସେ ହାତରେ ଶ୍ରୀଜଗନ୍ନାଥଙ୍କୁ ଧରି ଶୋଭାଯାତ୍ରା କରିବା ଘଟଣା ଆଲୋଚନା ସମାଲୋଚନା ଘେରକୁ ଆସିଥିଲା । ଏଥି ସହିତ ଶୋଭାଯାତ୍ରା ପାଇଁ ପ୍ରଶାସନିକ ଅନୁମତି ନଥିଲା । ଯାହାକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବିଜେପି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।