ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ରାଉରକେଲା: ଲାଠିକଟାର ସିଉଡି ନିକଟରେ ପୋଲିସ ଏନକାଉଂଟର କରିଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝୀ ଗୁରୁତର ହୋଇଥିବା ଜଣା ପଡିଛି । ସୁନିଲର ଡାହଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସୁନିଲକୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ସୁନିଲ ନାଁରେ ୨ଟି ହତ୍ୟା ଓ ୧୫ଟି ଡକାୟତି ମାମଲା ରହିଛି । ଗତରାତିରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ମୁହାଁମୁହିଁ ହୋଇଥିଲେ । ସୁନିଲ ପୋଲିସକୁ ଚକମା ଦେଇ ଖସି ଯିବା ବେଳେ ପୋଲିସ ଏନକାଉଂଟର କରିଥିଲା । ଗୁଳି ବାଜିବା ଦ୍ୱାରା ଘଟଣାସ୍ଥଳରେ ଅପରାଧୀ ସୁନିଲ ପଡି ଯାଇଥିଲା । ସୁନିଲକୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା ।