ଆହୁରି ୪୮ ଘଂଟା ବର୍ଷିବ

ଆହୁରି ୪୮ ଘଂଟା ବର୍ଷିବ

ଆହୁରି ୪୮ ଘଂଟା ବର୍ଷିବ
ଭୁବନେଶ୍ୱର:ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହୋଇଛି । ଲଘୁଚାପ ଫଳରେ ଆହୁରି ୪୮ ଘଂଟା ବର୍ଷା ହେବାର ସମ୍ଭାବନା ରହିଛି ।୧୨ ଜିଲ୍ଲାରେ ପ୍ରବଳ ବର୍ଷା, ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋନପୁର, ଦେବଗଡ, ସମ୍ବଲପୁର , ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବରଗଡରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଟି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ । ଲୋକଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି ।