ରାଜ୍ୟସଭାରେ ଶ୍ରମ ଅଧିକାର ସଂଶୋଧନ ବିଲ ପାସ୍
ରାଜ୍ୟସଭାରେ ଶ୍ରମ ଅଧିକାର ସଂଶୋଧନ ବିଲ ପାସ୍
admin
Aug 3, 2019 - 08:51
Updated: Aug 3, 2019 - 08:51
ନୂଆଦିଲ୍ଲୀ: ଦେଶରେ ଶ୍ରମିକଙ୍କର ନ୍ୟୁନତମ ବେତନ ସୀମା ନିର୍ଦ୍ଧାରଣ କରିବା ଏବଂ ଶ୍ରମିକଙ୍କ ମଧ୍ୟରେ ଲିଙ୍ଗଗତ ଭେଦଭାବ ସମାପ୍ତ କରିବା ଶ୍ରମ ଅଧିକାର ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ପାସ୍ କରାଯାଇଛି । ଏହି ବିଲ ପକ୍ଷରେ ୮୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୮ଟି ଭୋଟ ମିଳିଥିଲା । ଏଥିରେ ଶ୍ରମ ଆଇନକୁ ସମଯୋଜିତ କରି ଏକ ଆଇନ ପ୍ରଣୟନ କରିବା ଓ ବେତନ, ବନୋସ ସମ୍ବନ୍ଧିତ ମାମଲା ବିଷୟରେ ନିୟମ ସବୁ ରହିଛି ।
ଏହି ବିଲ ଆଧାରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ମିଳିବ । ବ୍ୟବସାୟକୁ ସୁଗମ କରାଯିବ । ଏହା ଦ୍ୱାରା ଦେଶର ୫୦ କୋଟି ଶ୍ରମିକ ଲାଭବାନ୍ ହେବେ । ତେବେ ଜୁଲାଇ ୩୦ରେ ଏହି ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଥିଲା । ଆଜି ରାଜ୍ୟସଭାରେ ଏହା ପୁଣି ଥରେ ବହୁ ମାତ୍ରାରେ ଭୋଟ ପାଇ ପାସ୍ ହୋଇଛି ।
ଉଚ୍ଚ ସଦନରେ ଶ୍ରମ ମନ୍ତ୍ରୀ ବିଲ ଉପସ୍ଥାପନ ସମୟରେ କହିଛନ୍ତି କି, ପ୍ରତି ସୈନିକଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି । ଏକ ତ୍ରିପାକ୍ଷିକ ସମିତି ନ୍ୟୁନତମ ବେତନ ଧାର୍ୟ୍ୟ କରିବ ଯେଉଁଥିରେ ଟ୍ରେଡ ୟୁନିଅନ, ଶ୍ରମିକ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧୀ ସାମିଲ ରହିବେ । ଏହି ବେତନ ସୀମାକୁ ସମ୍ମୂର୍ଣ୍ଣ ଦେଶରେ ଲାଗୁ କରାଯିବ । ଯାହାକି ପ୍ରତ୍ୟେକ ଶ୍ରମିକଙ୍କର ଅଧିକାର । ଏଥିରେ ମାସିକ, ସାପ୍ତାହିକ, ଏବଂ ଦୈନିକ ଆଧାରରେ ବେତନ ଦେବାରେ ନିୟମ ରହିବ । ଏତଦ୍ ବ୍ୟତୀତ ବେତନ ଦେବାରେ ଯେପରି ଭାବେ କୌଣସୀ ଲିଙ୍ଗଗତ ଭେଦଭାବ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।