ନିରୋବ ମୋଦିଙ୍କୁ ଭାରତ ଅଣାଯିବ

ନିରୋବ ମୋଦିଙ୍କୁ ଭାରତ ଅଣାଯିବ

 ନିରୋବ ମୋଦିଙ୍କୁ ଭାରତ ଅଣାଯିବ
ଲଣ୍ଡନରେ ନିରବ ମୋଦି ଠାବ ହେବା ପରେ ତାଙ୍କୁ ପ୍ରତ୍ୟର୍ପଣ ନେଇ ରାଜି ହୋଇଛି ବ୍ରିଟେନ୍ । ଭାରତ କରିଥିବା ପ୍ରତ୍ୟର୍ପଣ ଆବେଦନକୁ ଗ୍ରହଣ କରିଛି ବ୍ରିଟେନ୍ । ଗତବର୍ଷ ଜୁଲାଇରେ ନିରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ବ୍ରିଟେନ୍ ସରକାରଙ୍କୁ ଚିଠି ଲେଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନିରବଙ୍କ ପ୍ରତ୍ୟର୍ପଣ ନେଇ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଇଡିକୁ ସୂଚନା ଦିଆଯାଇଛି । ସେପଟେ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ସକ୍ରିୟ ହୋଇଛନ୍ତି । ଅନୁଯାୟୀ , ଏଜେନ୍ସି ପକ୍ଷରୁ ଇଣ୍ଟରପୋଲକୁ କୁୂହାଯାଇଛି କି ସେ ଏହି ମାମାଲରେ ସୁନିଶ୍ଚିତ କରନ୍ତୁ କି ନୀରବ ସେଠାରୁ ଅନ୍ୟତ୍ର ଭାଗନ୍ତୁ ନାହିଁ କାରଣ ହୋଇପାରେ ସେ କୌଣସି ଭିନ୍ନ ପରିଚୟରେ ଅନ୍ୟ ଦେଶକୁ ପଳାଇ ଯାଇ ପାରନ୍ତି । ଅଧିକାରୀଙ୍କ କହିବାନୁଯାୟୀ ଅଗଷ୍ଟ ୨୦୧୮ରେ ବ୍ରିଟେନ୍ ଏବଂ ଇଣ୍ଟରପୋଲ ନିଜେ ଏହି କଥା କହିଥିଲେ କି ନୀରବ ମୋଦି ତାଙ୍କ ଦେଶରେ ଅଛନ୍ତି କିନ୍ତୁ ସଠିକ୍ ସ୍ଥାନ ବିଷୟରେ ସ୍ପଷ୍ଟିକରଣ ହୋଇନାହିଁ । ଏହାସହିତ ନୀରବ ଲଗାତର ଭାବେ ଇଉରୋପକୁ ଯାତ୍ରା କରୁଥିବାର ସୂଚନା ଭାରତୀୟ ଏଜେନ୍ସି ହାତରେ ଲାଗିଛି । ବିଟ୍ରେନ ଏବଂ ଆମେରିକାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓକିଲଙ୍କ ସହ ଆଲୋଚନା ଜାରି ରହିଛି । ଗତବର୍ଷ ନୀରବ ଯେଉଁସବୁ ଦେଶକୁ ଯାତ୍ରା କରିଛନ୍ତି ସେଥିରେ ଫ୍ରାନ୍ସ, ହଙ୍ଗକଙ୍ଗ, ଆମେରିକା ଏବଂ ବେଲଜିୟ ସାମିଲ ଅଛନ୍ତି । ଜଣେ ଅଧିକାରୀଙ୍କ କହିବାନୁଯାୟୀ,ଏବେ ନୀରବଙ୍କର ସଠିକ୍ ସୂଚନା ମିଳିସାରିଛି । ପ୍ରଥମ କଥା ହେଉଛି ତାଙ୍କୁ ଗିରଫ କରିବା । କାରଣ ତାଙ୍କ ବିରୋଧରେ ଫ୍ରଡ, ଅପରାଧିକ ଷଡଯନ୍ତ୍ର ଏବଂ ମନିଲାଣ୍ଡରିଂ ସହ ଜଡିତ ପର୍ଯ୍ୟାପ୍ତ ପ୍ରମାଣକୁ ବିଟେନକୁ ଦିଆଯାଇଛି । ଏହାବ୍ୟତିତ ନୀରବର ଭାରତୀୟ ପାସପୋର୍ଟକୁ ରଦ୍ଦ କରିଦିଆଯାଇଛି ।