ବାଚସ୍ପତି ହେବେ ଜୁଏଲ !
ବାଚସ୍ପତି ହେବେ ଜୁଏଲ !
admin
Jun 4, 2019 - 07:27
Updated: Jun 4, 2019 - 07:27
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ହେବେ ଲୋକସଭାର ବାଚସ୍ପତି । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲଙ୍କୁ ବାଚସ୍ପତି କରାଯିବ ବୋଲି ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି । ଜୁଏଲଙ୍କ ବ୍ୟତୀତ ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଓ ମେନେକା ଗାନ୍ଧୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ରେସରେ ଜୁଏଲ ଆଗରେ ଥିବା କୁହାଯାଉଛି ।
୨୦୧୪ରେ ବିଜେପିର ଏକମାତ୍ର ସାଂସଦ ଭାବେ ଜୁଏଲ ଓଡ଼ିଶାରୁ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନିଜ କ୍ୟାବିନେଟରେ ନେଇଥିଲେ । ବାଜପେୟୀଙ୍କ ଅମଳରେ ଗଠିତ ଆଦିବାସୀ ମନ୍ତ୍ରଣାଳୟର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା । ଏଥର ମଧ୍ୟ ତାଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜୁଏଲଙ୍କୁ ମୋଦି ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିନଥିଲେ । ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା । କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇନଥିବାରୁ ଜୁଏଲ ଅରାଜି ଥିବା ଜାଣିବାକୁ ମିଳିଥିଲା । ଫଳରେ ଜୁଏଲଙ୍କୁ ବୁଝାଇବା ପାଇଁ ତାଙ୍କ ବାସଭବନରେ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ଠାରୁ ନେଇ ବହୁ ବରିଷ୍ଠ ନେତା ପହଁଚି ଯାଇଥିଲେ । ଜୁଏଲଙ୍କ ଦିଲ୍ଲୀ ବାସଭବନରେ ବେଶ କିଛି ସମୟ ଧରି ପୂର୍ବରୁ ଆଲୋଚନା ମଧ୍ୟ ହୋଇଥିଲା ।