ବାଚସ୍ପତି ନିଷ୍ପତି ନେବେ:ସୁପ୍ରିମକୋର୍ଟ

ବାଚସ୍ପତି ନିଷ୍ପତି ନେବେ:ସୁପ୍ରିମକୋର୍ଟ

ବାଚସ୍ପତି ନିଷ୍ପତି  ନେବେ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାୟକଙ୍କ ଇସ୍ତଫା ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇଛି । ବାଚସ୍ପତି ହିଁ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିଦ୍ଦିଷ୍ଟ ସମୟ ଭିତରେ ପାଇଁ ବାଚସ୍ପତିଙ୍କୁ ବାଧ୍ୟ କରାଯାଇ ପାରିବନି । ଆସନ୍ତାକଲି ଆସ୍ଥା ଭୋଟ୍ ପାଇଁ ବିଧାୟକଙ୍କୁ ବାଧ୍ୟ କରାଯାଇ ପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ବିଦ୍ରୋହୀ ୧୬ ଜଣ ବିଧାୟକଙ୍କୁ ଶକ୍ତି ପରୀକ୍ଷା ସମୟରେ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କର୍ନାଟକ ବିଧାନସଭାରେ ସମ୍ପ୍ରତି ୨୨୪ ଜଣ ସଦସ୍ୟ ଅଛନ୍ତି ବାଚସ୍ପତିଙ୍କୁ ବାଦ୍‌ ଦେଲେ ଏହି ସଂଖ୍ୟା ୨୨୩ ହେଉଛି। ଗୃହରେ ବହୁମତ ପାଇଁ ୧୧୨ ଜଣ ସଦସ୍ୟଙ୍କ ଆବଶ୍ୟକତା ପଡ଼ିବ। ତେବେ କୁମାରସ୍ବାମୀଙ୍କ ମେଣ୍ଟ ସରକାର ସଦସ୍ୟ ସଂଖ୍ୟା ୧୧୬ ରହିଛି। ସେଥିମଧ୍ୟରେ କଂଗ୍ରେସ ୭୮, ଜେଡିଏସ୍‌ ୩୭ ଏବଂ ବିଏସ୍‌ପିର ଜଣେ ସଦସ୍ୟ ଅଛନ୍ତି। ମାତ୍ର ୧୬ ଜଣ ବିଦ୍ରୋହୀଙ୍କୁ ବାଦ୍‌ ଦେଲେ ଗୃହର ସଦସ୍ୟ ସଂଖ୍ୟା ବାଚସ୍ପତିଙ୍କୁ ଛାଡ଼ି ୨୦୭ ରହିବ। ଏପରିସ୍ଥଳେ ବହୁମତ ପାଇଁ ୧୦୪ ଜଣ ସଦସ୍ୟଙ୍କ ଆବଶ୍ୟକତା ରହିବ।