ଆଜି ଶପଥ ନେବ ସିକ୍କିମର ମୁଖ୍ୟମନ୍ତ୍ରୀ ପିସି ଗୋଲେ

ଆଜି ଶପଥ ନେବ ସିକ୍କିମର ମୁଖ୍ୟମନ୍ତ୍ରୀ ପିସି ଗୋଲେ

ଆଜି ଶପଥ ନେବ  ସିକ୍କିମର ମୁଖ୍ୟମନ୍ତ୍ରୀ ପିସି ଗୋଲେ
ଗ୍ୟାଙ୍ଗଟକ: ସକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ଅଧ୍ୟକ୍ଷ ପ୍ରେମ ସିଂହ ଗୋଲେଙ୍କ ନେତୃତ୍ୱ ସିକ୍କିମ ସରକାର ୨୭ ତାରିଖ ସୋମବାର ଶପଥ ଗ୍ରହଣ କରିବେ । ନୂଆ ସରକାରରେ ଗୋଲେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ରାଜଭବନ ସୂତରୁ ପ୍ରକାଶ । ରାଜ୍ୟପାଳ ଗଙ୍ଗା ପ୍ରସାଦ ପୂର୍ବାହ୍ନ ୧୦ ଟାରେ ଗୋଲେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଗୋଲେଙ୍କ ସହିତ ଅନ୍ୟ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଶପଥ ଗ୍ରହଣ ଉସôବ ପାଇଁ ପାଲଜୋର ଷ୍ଟାଡିୟମରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏହା ପୂର୍ବର ଶନିବାର ରାତି ଗୋଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ରାଜ୍ୟରେ ନୂଆ ସରକାର ଗଠନପାଇଁ ଦାବି ଉପସ୍ଥାପନ କରିଥିଲେ । ଏସକେଏମ ଦଳ ୨୦୧୩ ମସିହାରେ ଗଠନ ହୋଇଥିଲା । ୨୦୧୪ ନିର୍ବାଚନରେ ଦଳ ୧୦ଟି ଆସନ ଲାଭ କରିଥିଲା । ଚଳିତ ଥର ନିର୍ବାଚନରେ ସିକ୍କିମ ବିଧାନସଭାର ମୋଟ ୩୨ଟି ଆସନ ମଧ୍ୟରୁ ଏସକେଏମ ୧୭ଟି ଆସନରେ ବିଜୟୀ ସରକାର ଗଠନ ପାଇଁ ଦାବିଦାର ହୋଇଛି । ୫ମଥର କ୍ଷମତାକୁ ଆସିଥିବା ଶାସକ ସିକ୍କିମ ଡେମୋକ୍ରାଟିକ ଫ୍ରଟଂ -ଏସଡିଏଫ ୧୫ଟି ଆସନ ପାଇ କମ ବ୍ୟବଧାନରେ ସରକାର ଗଠନ କରିବାକୁ ବଂଚିତ ହୋଇଛି ।