ସଂସଦରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ ପ୍ରମିଳା ବିଷୋୟୀ

ସଂସଦରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ ପ୍ରମିଳା ବିଷୋୟୀ

ସଂସଦରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ ପ୍ରମିଳା ବିଷୋୟୀ
ଭୁବନେଶ୍ୱର: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଅସିକା ସାଂସଦ ପ୍ରମିଳା ବିଷୋୟୀ । ଶ୍ରୀମତୀ ବିଷୋଇ ସଂସଦରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ ବୋଲି ସେ ସଂସଦରେ କହିଛନ୍ତି । ଏଥିସହ ଆଶା ଓ ଅଙ୍ଗନବାନି କର୍ମୀଙ୍କ ଦରମା ୧୫ ହଜାର ଏବଂ ସହାୟିକାଙ୍କ ଦରମା ୧୨ ହଜାର କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମତୀ ବିଷୋୟୀଙ୍କୁ ସଂସଦରେ କହିବାକୁ ସୁଯୋଗ ଦେବା ସହ ବାଚସ୍ପତି ତାଙ୍କର ପ୍ରଶଂସା କରିଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନରେ ପ୍ରମିଳାଙ୍କ ଉଦ୍ୟମ ନେଇ ବାଚସ୍ପତି ତାଙ୍କର ପ୍ରଶଂସା କରିଥିଲେ । ସେହିପରି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁୁ ମଧ୍ୟ ବିତର୍କରେ ଭାଗ ନେଇଥିଲେ । କେନ୍ଦୁଝରରେ ଏକ ଇସ୍ପାତ କାରଖାନା କରିବାକୁ ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଦାବି କରିଥିଲେ ।