ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ
ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ
admin
Jul 4, 2019 - 11:19
Updated: Jul 4, 2019 - 11:19
ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ଓଡ଼ିଶାକୁ ଏକ ବଡ଼ ଝଟକା ଲାଗିଛି । ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ କରିଦିଆଯାଇଛି ।
ଓଡ଼ିଶାର ଦାବି ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଚତୁର୍ଦ୍ଧଶ ଅର୍ଥ କମିଶନ ସ୍ପେଶାଲ ଓ ଜେନେରାଲ ରାଜ୍ୟ ଭିତରେ ପ୍ରଭେଦ ରଖିନାହାନ୍ତି । ବର୍ତ୍ତମାନ ସମୟରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଆଉ କିଛି ନାହିଁ । ନିତ୍ୟାନନ୍ଦ ରାୟଙ୍କ ମନ୍ତବ୍ୟ ନେଇ ଏଏନଆଇ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଜୁନ ୧୨ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଥିଲେ । ସେହିପରି ଫନି ସହାୟତା ପାଇଁ ଆଉ ୫୨୨୮ କୋଟି ଟଙ୍କା ପ୍ରଦାନ କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆଉ ୫ଲକ୍ଷ ପକ୍କା ଘର ସ୍ୱତନ୍ତ୍ର ଭାବେ ଦେବାକୁ ଦାବି କରିଥିଲେ ।