ହାରିଲେଣି ୧୯୯ଥର, ତଥାପି ଲଢ଼ୁଛନ୍ତି ନିର୍ବାଚନ
ହାରିଲେଣି ୧୯୯ଥର, ତଥାପି ଲଢ଼ୁଛନ୍ତି ନିର୍ବାଚନ
admin
Mar 31, 2019 - 05:31
Updated: Mar 31, 2019 - 05:31
ଧର୍ମପୁରୀ: ନିର୍ବାଚନ ସମୟ ଆସିଲେ ତାମିଲନାଡୁର ସାଲେମ ବାସିନ୍ଦା କେ, ପଦ୍ମରାଜନଙ୍କ ନାମ ଚର୍ଚ୍ଚାକୁ ଆସେ । ଏଥର ମଧ୍ୟ ତାଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସେ ନିଜ ରାଜନୈତିକ କ୍ୟାରିଅରର ୨୦୦ ତମ ନାମାଙ୍କନ ଦାଖଲ କରିଛନ୍ତି । ତାମିଲନାଡୁର ଧର୍ମପୁରୀ ଲୋକସଭା ନିର୍ବାଚନମଣ୍ଡଳରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଦ୍ମରାଜନ ।
ହୋମିଓପାଥି ଡାକ୍ତରରୁ ବ୍ୟବସାୟୀ ସାଜିଥିବା ଡ.କେ ପଦ୍ମରାଜନ ନିଜର ଏହି ଅଜବ ନିଶା ବାବଦରେ କୁହନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ତେଣୁ ଏଠାରେ ଯେ କେହି ଚାହିଁବ ନିର୍ବାଚନ ଲଢ଼ିପାରିବ । ତେଣୁ ମୁଁ ପ୍ରତିଥର ନିର୍ବାଚନ ଲଢ଼ିଆସୁଛି । ୧୯୯୮ ମସିହାରୁ ମୋର ଏହି ଅଭିଯାନ ଜାରି ରହିଛି । ସବୁଠୁ ଅସଫଳ ପ୍ରାର୍ଥୀ ଭାବେ ଲିମ୍କା ବୁକ୍ ରେକର୍ଡରେ ସ୍ଥାନ ପାଇଥିବା କହିଛନ୍ତି । ପଦ୍ମରାଜନ ଏବେ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରିବାକୁ ଚାହୁଁଛନ୍ତି । ତେଣୁ ସେ ପୂର୍ବରୁ ୧୯୯ ଥର ପରାଜୟ ଦୁଃଖକୁ ଖାତିରି ନକରି ପୁଣି ନିର୍ବାଚନ ଲଢ଼ିବା ପାଇଁ ଆଗେଇ ଆସିଛନ୍ତି । ପୂର୍ବରୁ ୧୯୯ ଥର ନିର୍ବାଚନ ଲଢ଼ିଥିଲେ ହେଁ ଥରୁଟିଏ ବି ଜିତିନାହାନ୍ତି । ନିଜ ରାଜନୈତିକ ଜୀବନରେ ପଦ୍ମରାଜନ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ପ୍ରଣବ ମୁଖାର୍ଜୀ, ପ୍ରତିଭା ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଛନ୍ତି । ନିଜର ଏହି ଅଭିଯାନ ଜାରି ରଖିବା ପାଇଁ ସେ ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ କରିସାରିଲେଣି । ତାଙ୍କୁ ତାଙ୍କ ପରିବାର ସଦସ୍ୟ ମଧ୍ୟ ସହଯୋଗ କରଆସୁଛନ୍ତିି । ୨୦୧୯ ନିର୍ବାଚନରେ ଧର୍ମପୁରୀ ବାସିନ୍ଦା ଜିତାଇବେ ନା ପଦ୍ମରାଜନ ପୁଣି ନିଜର ସବୁଠୁ ଅସଫଳତା ପ୍ରାର୍ଥୀ ମାନ୍ୟତା କାଏମ ରଖିବେ । ତାହା ମେ ୨୩ରେ ଜଣା ପଡିବ ।