ବୋମାମାଡ଼ରେ ଯୁବକଙ୍କୁ ହତ୍ୟା ଘଟଣା

ବୋମାମାଡ଼ରେ ଯୁବକଙ୍କୁ ହତ୍ୟା ଘଟଣା

ବୋମାମାଡ଼ରେ ଯୁବକଙ୍କୁ ହତ୍ୟା ଘଟଣା
ଗୋପାଳପୁର : ଗଞ୍ଜାମ ଜିଲା ବଡଗୁମୁଳା ଗାଁରେ ଜଣେ ଯୁବକଙ୍କୁ ବୋମା ମାଡ଼ କରି ହତ୍ୟା କରାଯାଇଥିଲା। ମୃତ ଯୁବକଙ୍କ ନାମ ସୁଶାନ୍ତ କୁମାର ଜେନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ କରିଥିଲେ । ଘଟଣାର ୧୦ ଦିନ ପରେ ପୁଲିସକୁ ଏନେଇ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ପୁରୁଷୋତ୍ତମପୁର ଗାଁର ମାମିନି ସାହୁ(୨୪), ତାଙ୍କ ସ୍ୱାମୀ ଚନ୍ଦନ କୁମାର ସାହୁ(୨୮), ଗୋପୀନାଥ ରଣା(୨୪) ଓ ଚମା ଖଣ୍ଡି ,ଅଜିତ ସେଠି(୨୨) ପୋଲିସ ସୂଚନା ଦେଇଛି । ଏହି ହତ୍ୟା ଘଟଣାର ୨ ମାଷ୍ଟରମାଇଣ୍ଡ ଟୁନା ସେଠି ଓ ପ୍ରଦୀପ ସେଠି ଅଦ୍ୟାବଧି ଫେରାର ରହିଥିବା ପୁଲିସ ସୂଚନା ଦେଇଛି । ଏଥିସହ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଘଟଣା ବେଳେ ବ୍ୟବହୃତ ଏକ ମୋଟର ସାଇକଲକୁ ପୁଲିସ ଜବତ କରିଥିବା ଗୋପାଳପୁର ଥାନା ଅଧିକାରୀ ଵିଵେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।