ଦନ୍ତା ମାରି ଦାନ୍ତ ଲୁଟ

ଦନ୍ତା ମାରି ଦାନ୍ତ ଲୁଟ

ନୀଳଗିରି : କୁଳଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଦୁଇ ଦାନ୍ତ ନ ଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବୃତ୍ତମାନେ ଦାନ୍ତ ପାଇଁ ହାତୀକୁ ମାରିଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।