କ୍ରାଇମବ୍ରାଂଚ ହାତରେ ବାଘ ଚମଡା ରାକେଟ

କ୍ରାଇମବ୍ରାଂଚ ହାତରେ ବାଘ ଚମଡା ରାକେଟ

କ୍ରାଇମବ୍ରାଂଚ ହାତରେ ବାଘ ଚମଡା ରାକେଟ
ଭୁବନେଶ୍ୱର: ବାଘ ଚମଡା ସହିତ ୩ ବାଘ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ବାଘ ଚମଡା ବିକ୍ରି କରୁଥିବା ଅବସ୍ତାରେ ଗିରଫ କରାଯାଇଛି । ୭ ଫୁଟର କଲରାପତରିଆ ବାଘ ଚମଡା ଜବତ କରିଛି । ଦେବଗଡ ବାରକୋଟରୁ ବାଘ ଚମଡା ଚାଲାଣ କରାଯାଉଥିଲା । ଗିରଫ ଭିତରରେ ୨ ଜଣ ଜେଲ୍ ବିଭାଗ କର୍ମଚାରୀଙ୍କ ପୁଅ ରହିଛନ୍ତି । ବାଘ ଚମଡାକୁ ୮ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ସରିଥିଲା । ରାଉକେଲାରେ ବିକ୍ରି ପାଇଁ ଯୋଜନା ହୋଇଥିଲା । ଠିକ ସମୟରେ ହାତରେ ଫସିଗଲେ ବାଘ ଶିକାରୀ । ୩ ଜଣ ଶିକାରୀ ହେଲେ ସଚିକାନ୍ତ ନାୟକ, ଯଜ୍ଞଦତ ବେହେରା ଓ ରାମନିସେନ ବେହେରା । କ୍ରାଇମବ୍ରାଂଚ ଡିଆଇଛି ଆଶିଷ ସିଂହ ସୂଚନା ଦେଇଛନ୍ତି ।