ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦାମ୍
ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦାମ୍
admin
May 12, 2020 - 07:00
Updated: May 12, 2020 - 07:00
ନୂଆଦିଲ୍ଲୀ: ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ପ୍ରତିଦିନ ତେଲ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ହେଲେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିବ ବୋଲି କୁହାଯାଉଛି । ଦେଶରୁ ଲକଡାଉନ ହଟିବା ପରେ କିମ୍ବା ବହୁତ କୋହଳ ହୋଇଯିବା ପରେ ଦର ସଂଶୋଧନ ପ୍ରକ୍ରିୟାକୁ ପୁଣି ଆରମ୍ଭ କରାଯିବ । ମାତ୍ର ଏ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ଗତ ମାସ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୩୦ ଡଲାରରେ ପହଞ୍ଚିଛି । ଏହି ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦାମ ହ୍ରାସ ପାଇ ୭୬ ଟଙ୍କାରୁ ଅଧିକ ହୋଇଯାଇଛି । ତେଣୁ ଏପ୍ରିଲ ତୁଳନାରେ ମେ’ ମାସରେ ତେଲ କିଣିବା ଲାଗି କମ୍ପାନୀ ଗୁଡ଼ିକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି । କମ୍ପାନୀଗୁଡ଼ିକ ତେଲ ଦର ସଂଶୋଧନ କରିବା ବେଳେ ଏହି ଦୁଇଟି ବିଷୟକୁ ବିଚାରକୁ ନେଇଥାନ୍ତି ।
ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବଢ଼ିବା ପୂର୍ବରୁ ତେଲ କମ୍ପାନୀ ଗୁଡ଼ିକ ପ୍ରତି ଲିଟର ପିଛା ୧୨-୧୮ ଟଙ୍କାର ମାର୍ଜିନ ପାଉଥିଲେ । ଟିକସ ବଢ଼ିଯିବା ପରେ ଏହି ମାର୍ଜିନ ବହୁତ କମିଯାଇଛି । ତେଣୁ କମ୍ପାନୀ ଗୁଡ଼ିକ ଉପରେ ଆର୍ଥିକ ଚାପ ସୃଷ୍ଟି