ବଢ଼ିଲା କେନ୍ଦ୍ରୀୟ ସଂସ୍ଥା ଶ୍ରମିକଙ୍କ ମଜୁରି
ବଢ଼ିଲା କେନ୍ଦ୍ରୀୟ ସଂସ୍ଥା ଶ୍ରମିକଙ୍କ ମଜୁରି
admin
May 12, 2020 - 07:05
Updated: May 12, 2020 - 07:05
ଭୁବନେଶ୍ୱର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ସଂସ୍ଥା ଅଧୀନରେ ଥିବା ଖଣି, ନିର୍ମାଣ, କୃଷି ମାଲ ପରିବହନ, ସଫେଇ, ସୁରକ୍ଷା ଓ ପଥର କ୍ରସିଂ ସଂସ୍ଥାରେ ନିୟୋଜିତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକମାନଙ୍କ ଭେରିୟେବୁଲ ମହଙ୍ଗାଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ବର୍ଦ୍ଧିତ ହାର ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହେବ ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଭୁବନେଶ୍ୱର ସ୍ଥିତ ଉପମୁଖ୍ୟ ଶ୍ରମ କମିଶନର (କେନ୍ଦ୍ର) ପ୍ରେସ ବିବୃତି ଜାରି କରି ଜଣାଇଛନ୍ତି, ବିଭିନ୍ନ ଖଣିରେ କାର୍ଯ୍ୟରତ ଶ୍ରମିକ ଯେପରି ଜିପସମ, ବାରାଇଟସ, ବକସାଇଟ, ମାଙ୍ଗାନିଜ, ଚାଇନା ମାଟି, ଜିନାଇଟ, କପର, କ୍ଲେ, ହ୍ୱାଇଟ କ୍ଲେ, ପଥର, ଷ୍ଟିଟାଇଟ, ଓକ୍ରି, ଆଜବେଷ୍ଟସ, ଫାୟାର କ୍ଲେ, କ୍ରୋମାଇଟ, କ୍ୱାଟ୍ରଜାଇଟ, କ୍ୱାଟ୍ରଜ, ସିଲିକା, ଗ୍ରାଫାଇଟ, ଫେଲସପାର, ଲାଟେରାଇଟ, ଡଲୋମାଇଟ, ରେଜ ଅକସାଇଡ, ଉଲଫ୍ରାମ, ଲୁହାପଥର, ଗ୍ରାନାଇଟ, ମାଇକା, ହେମାଟାଇଟ, ମାର୍ବଲ ଓ କାଲସାଇଟ, ୟୁରାନିୟମ, ମାଇକା, ଲିଗନାଇଟ, ଗ୍ରାଭେଲ, ସ୍ଲେଟ ଓ ମ୍ୟାଗ୍ନେଟିକ ଖଣିରେ ନିୟୋଜିତ ଶ୍ରମିକଙ୍କ ମଜୁରି ସମୀକ୍ଷା କରାଯାଇ ଭେରିୟେବୁଲ ମହଙ୍ଗାଭତ୍ତା ବୃଦ୍ଧି କରାଯିବା ସହ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି ।