ନିମ୍ନ ରକ୍ତଚାପ ଥିଲେ ଖାଆନ୍ତୁ ଏହି ଖାଦ୍ୟ

ନିମ୍ନ ରକ୍ତଚାପ ଥିଲେ ଖାଆନ୍ତୁ ଏହି ଖାଦ୍ୟ

ନିମ୍ନ ରକ୍ତଚାପ ଥିଲେ ଖାଆନ୍ତୁ ଏହି ଖାଦ୍ୟ
ଉଚ୍ଚ ରକ୍ତଚାପ ଠାରୁ ନିମ୍ନ ରକ୍ତଚାପ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । କିଛି ଲୋକଙ୍କ ଠାରେ ଏହା ଲଗାତାର ଦେଖିବାକୁ ମିଳିଥାଏ । ହେଲେ ଆପଣ ଏହାକୁ ଅଣଦେଖା ନକରି ଏହାର ସ୍ତର ଯେମିତି ନରମାଲ ରହିବ ତାହା ଉପରେ ଧ୍ୟାନ ଦିଅନ୍ତୁ । ନିମ୍ନରକ୍ତ ଚାପ ଦ୍ୱାରା ଶରୀରର ସବୁ ଅଙ୍ଗରେ ରକ୍ତସଂଚାଳନ କମ୍ ହୋଇଥାଏ । ଏହା ଯୋଗୁଁ ମୁଣ୍ଡ ବୁଲାଇବା ସହ ଗୋଡ ହାତ ଝିମ୍ଝିମ ହେବା ଓ ଦୁର୍ବଳ ଅନୁଭୂତ ହୋଇଥାଏ । ନିମ୍ନ ରକ୍ତଚାପର କାରଣ ଆପଣଙ୍କର ଖାଇବାପିଇବାର ଶୌଳୀ ମଧ୍ୟ ହୋଇଥାଏ । ଡାକ୍ତରଙ୍କ ମତରେ ଆପଣ ପ୍ରତିଦିନ ଯାହା ଖାଦ୍ୟରେ ଗ୍ରହଣ କରନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ, ମସ୍ତିସ୍କ, ହୃଦୟ ଓ ରକ୍ତଚାପକୁ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । କ’ଣ ଖାଇବା ଦ୍ୱାରା ଶରୀରରେ ନିମ୍ନ ରକ୍ତଚାପର ପ୍ରଭାବ ଦେଖିବାକୁ ପଡିନଥାଏ- ଅଣ୍ଡା: ଏହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଅଣ୍ଡାରେ ଭରପୁର ପ୍ରୋଟିନ୍ ରହିଥାଏ । ଏଥିରେ ଭିଟାମିନ୍ ବି -୧୨ ଅଛି ଯାହା ରେଡ ବ୍ଲଡ ସେଲ୍ସ ଉପôାଦନ କରିବାରେ ସାହାଯ୍ୟ କରିଥାଏ । ନିମ୍ନ ରକ୍ତଚାପ ଦେଖାଯାଉଥିବା ବ୍ୟକ୍ତିମାନେ ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣକୁ ଆସିଥାଏ । ଡାର୍କ ଚକଲେଟ୍: ଚକଲେଟ ଶରୀର ପାଇଁ କ୍ଷତିକାରକ ହୋଇଥିଲେ ମଧ୍ୟ ଡାର୍କ ଚକଲେଟ କିନ୍ତୁ ଶରୀର ପାଇଁ କିଛି ମାତ୍ରାରେ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ରାସାୟନିକ ପଦାର୍ଥ ଶରୀରରେ ଓଜନ ଓ ରକ୍ତଚାପର ସ୍ତରକୁ ନବଢାଇ ତାକୁ ନିୟନ୍ତ୍ରିତ ରଖିଥାଏ । ଅଙ୍ଗୁର ଜୁସ୍ : ଯଦି ଆପଣ ନିମ୍ନ ରକ୍ତଚାପର ପ୍ରଭାବ ଦ୍ୱାରା ଦୁର୍ବଳ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଏକ ଗ୍ଲାସ୍ ଅଙ୍ଗୁରର ଜୁସ୍ ପିଅନ୍ତୁ ଆପଣଙ୍କୁ ଖୁବ ଆରାମ ମିଳିବ । ତରଳ ପଦାର୍ଥ ପିଅନ୍ତୁ : ନିମ୍ନ ରକ୍ତଚାପ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଏହା କି ପ୍ରଚୁର ମାତ୍ରାରେ ପାଣି, ଜୁସ୍, ପଇଡ ପାଣି, ଅଙ୍ଗୁର ଜୁସ୍ ଓ ତରଭୁଜ ଆଦି ପ୍ରତିଦିନ ଖାଆନ୍ତୁ । ଶରୀରରେ ପାଣିର ମାତ୍ରା କମ୍ ହେବା ଦ୍ୱାରା ନିମ୍ନ ରକ୍ତଚାପ ମଧ୍ୟ ଦେଖାଯାଇଥାଏ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ତେଣୁ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ପନିର : ନିମ୍ନ ରକ୍ତଚାପ ରୋଗୀଙ୍କୁ ଡାକ୍ତର ମାନେ ଅଧିକ ଲୁଣ ଥିବା ଖାଦ୍ୟ ଯେପରି ପନିର ଖାଇବାକୁ ପରାମର୍ଶ ଦିଅନ୍ତି । ପନିରରେ ଲୁଣର ଭଲ ମାତ୍ରା ରହିଥାଏ ଯାହା ଶରୀର ପାଇଁ କ୍ଷତିକାରକ ହୋଇନଥାଏ । ପାଣିରେ ଲୁଣ ମିଶାଇ ପିଇବା ଦ୍ୱାରା ରକ୍ତଚାପ ଶୀଘ୍ର ନିୟନ୍ତ୍ରିତ ହୋଇଥାଏ । କଫି : ରକ୍ତଚାପ ବଢାଇବା ପାଇଁ କଫି ସବୁଠାରୁ ଶୀଘ୍ର କାମ କରିଥାଏ । କଫି ପିଇବାର କିଛି ସମୟ ପରେ ତୁରନ୍ତ ରୋଗୀ ଆକ୍ଟିଭ ହୋଇଯାଏ । ଯଦି ଆପଣଙ୍କ ପାଖରେ ବ୍ଲାକ କଫି ଅଛି ତାହା ପିଅନ୍ତୁ ଏହା ହୃଦସ୍ପନ୍ଦନ ବଢ଼ିବା ସହ ରକ୍ତଚାପ ମଧ୍ୟ ବଢ଼ିଥାଏ । ଆପଣ ଚା ମଧ୍ୟ ପି ପାରିବେ ହେଲେ କଫି ଏହା ଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ ।