ଭୁଲରେ ବି ଦିଅନ୍ତୁ ନାହିଁ ପିଲାମାନଙ୍କୁ ଏହି ଖାଇବା ।
ଭୁଲରେ ବି ଦିଅନ୍ତୁ ନାହିଁ ପିଲାମାନଙ୍କୁ ଏହି ଖାଇବା ।
admin
Feb 12, 2020 - 11:24
Updated: Feb 12, 2020 - 11:24
ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ମା’ମାନେ ପିଲାଙ୍କର ଖାଦ୍ୟପାନୀୟ ସମ୍ପର୍କରେ ସଚେତନ ହେବା ଜରୁରୀ । ଆପଣଙ୍କ ପିଲା ବିଦ୍ୟାଳୟ ଯିବା ସମୟରୁ ରାତି ଭୋଜନ ପର୍ଯ୍ୟନ୍ତ ଏକ ତାଲିକା ତିଆରି କରନ୍ତୁ । ଫାଇବର, ପ୍ରୋଟିନ, ଭିଟାମିନ୍ସ ଭରପୁର ସେମାନଙ୍କ ଖାଦ୍ୟରେ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତ ।
ପ୍ୟାକେଟ ଖାଦ୍ୟ ପିଲାଦିନରୁ ହିଁ ବନ୍ଦ କରିବା ଉଚିତ । ଚିପ୍ସ ହେଉ କିମ୍ବା ଅନ୍ୟ କୌଣସି ଜଙ୍କ ଫୁଡ ଏସବୁ ଆଦୌ ଦିଅନ୍ତୁ ନାହିଁ । କେତେ ଜଣ ମହିଳା ରେଡି ଟୁ ଇଟ ଉପମା, ଇଡଲି ଓ ଦୋସା ବାଟଣ ମଧ୍ୟ ଫ୍ରିଜରେ ରଖିଥାନ୍ତି, ପିଲାଙ୍କ ବରାଦ ଅନୁସାରେ ପରଷି ଦିଅନ୍ତି । ଏହା କରୁଥିଲେ, ସଚେତନ ହୋଇଯାନ୍ତୁ । କାରଣ ପ୍ୟାକେଟ ଖାଦ୍ୟ କାରଣରୁ ପିଲାଙ୍କୁ କର୍କଟ ଭଳି ଭୟଙ୍କର ରୋଗ ହେବାର ଭୟ ରହିଛି ।
ପିଲାଙ୍କ ଫାଇବର ଯୁକ୍ତ ଖାଦ୍ୟ ଦେବା ପୂର୍ବରୁ ଖାଦ୍ୟ ବିଶେଷଜ୍ଞ ପରାମର୍ଶ ନେବା ଉଚିତ । କାରଣ ଫାଇବର ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଖାଇଲେ ପେଟ ସମସ୍ୟା ଉପୁଜୁଥିବାର ଆଶଙ୍କା ଥାଏ । ୪ ବର୍ଷର ପିଲାଙ୍କୁ ୧୫ ଗ୍ରାମର ଫାଇବର ଆବଶ୍ୟକ ଥିବା ବେଳେ ୧୦ ବର୍ଷର ପିଲା ନିମନ୍ତେ ୨୫-୩୦ ଗ୍ରାମ ଫାଇବର ଆବଶ୍ୟକତା ଥିବାର ଜଣାପଡ଼ିଛି ।
ଦେଶୀ ଘିଅ, ସୋରିଷ ତେଲ ରନ୍ଧା ଖାଦ୍ୟ ସେମାନଙ୍କୁ ଖୁଆଇବା ଉଚିତ । ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ ଡ୍ରାଏଫ୍ରୁଟସ ଅଳ୍ପ ପରିମାଣରେ ଦିଅନ୍ତୁ । ସେମାନଙ୍କ ନିମନ୍ତେ ସବୁଠୁ ଉତ୍ତମ ସକାଳ ଜଳଖିଆ ହେଲା, ଚୂଡା ଗୁଣ୍ଡ ଓ ଉଷୁମ ଖିର । ଏହି ଖାଦ୍ୟ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗାଁ ଗହଳିରେ ଏବେ ମଧ୍ୟ ସକାଳ ଜଳଖିଆ ଭାବେ ପିଲାଠାରୁ ବୟସ୍କ ଚୁଡା ହିଁ ଖାଇଥାନ୍ତି । ସହରୀ ପିଲା ପ୍ୟାକେଟ୍ ଖାଦ୍ୟ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନ ଖାଇ ମଧ୍ୟ ରୋଗଗ୍ରସ୍ତ ହେଉଥିବାର ସର୍ବେକ୍ଷଣରୁ ପ୍ରକାଶିତ ।