ଧନିଆ ପତ୍ରର ଉପାଦେୟତା

ଧନିଆ ପତ୍ରର ଉପାଦେୟତା

ଧନିଆ ପତ୍ରର ଉପାଦେୟତା
ବ୍ରଣ ହେଉଥିଲେ, ଧନିଆ ପତ୍ର ରସ ଓ ମହୁ ସମାନ ପରିମାଣରେ ମିଶାଇ ବ୍ରଣ ଉପରେ ଲଗାଇଲେ ତାହା ଦବି ଯାଇଥାଏ । ଦୈନିକ ସକାଳେ ମଧୁମେହ ରୋଗୀମାନେ ଅଳ୍ପ ପରିମାଣରେ ଧନିଆ ରସ ପତ୍ର ଚୋବାଇ ଖାଇଲେ କିମ୍ବା ଏହାର ରସ ପିଇଲେ, ସେମାନଙ୍କ ଶର୍କରା ନିୟନ୍ତ୍ରିତ ହୁଏ । ହଜମ କରିବାର ଶକ୍ତି ମଧ୍ୟ ଏହି ଧନିଆ ପତ୍ର କାରଣରୁ ବୃଦ୍ଧି ହୋଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ଆଣ୍ଟିବାଇଓଟିକ୍ ପରି କାମ କରୁଥିବା ଧନିଆ ପତ୍ର କାଶକୁ ମଧ୍ୟ କମ୍ କରିଥାଏ । ଧନିଆ ପତ୍ରରେ ଭିଟାମିନ୍ ଓ ଭିଟାମିନ୍ ସି ଥିବା କାରଣରୁ ଉତ୍ତମ ଦୃଷ୍ଟିଶକ୍ତିରେ ସହାୟକ ହୁଏ ।