ସୌନ୍ଦର୍ଯ୍ୟ ମନ୍ତ୍ର ସ୍କ୍ରବ୍

ସୌନ୍ଦର୍ଯ୍ୟ ମନ୍ତ୍ର ସ୍କ୍ରବ୍

ସୌନ୍ଦର୍ଯ୍ୟ ମନ୍ତ୍ର ସ୍କ୍ରବ୍
କେବଳ ଯେ ମୁହଁ ପାଇଁ ସ୍କ୍ରବ୍ ମିଳୁଛି ତାହା ନୁହେଁ । ମୁହଁ ଓ ଶରୀର ଉଭୟ ପାଇଁ ବଜାରରେ ସ୍କ୍ରବ୍ ମିଳୁଛି । ଏହି ସବୁ କିଣିବା ପରିବର୍ତ୍ତେ ଯଦି ଘରେ ବଡ଼ି ସ୍କ୍ରବ୍ ପ୍ରସ୍ତୁତ କରି ପାରିବେ । ଏହା କେବଳ ଶରୀରକୁ ପରିଷ୍କାର ରଖିବ ତାହା ନୁହେଁ ତ୍ୱଚାକୁ କୋମଳ ଓ ଉଜ୍ଜ୍ୱଳ କରିବ । ଆସନ୍ତୁ ଜାଣିବା ଘରେ କିପରି ବଡ଼ି ସ୍କ୍ରବ୍ ପ୍ରସ୍ତୁତ କରିବେ... କଫି ଓ ଚିନି: ଅଧାକପ୍ କଫି, ସାମାନ୍ୟ ଗୁଣ୍ଡ ହୋଇଥିବା ଚିନି ଅଧାକପ୍, ଫାଳେ ଲେମ୍ବୁରସ, ୨ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପ୍ରସ୍ତୁତ ପେଷ୍ଟରେ ପୁରା ଶରୀର ସ୍କ୍ରବ୍ କରନ୍ତୁ । ୫ ମିନିଟ ପରେ ଗାଧୋଇ ପଡ଼ନ୍ତୁ । ଏହା ସପ୍ତାହକୁ ଦୁଇଥର କରନ୍ତୁ ଦେଖିବେ ତ୍ୱଚା କୋମଳ ହେବା ସହ ଗୋରା ହୋଇ ଉଜ୍ଜ୍ୱଳ କରିବ । ନଡ଼ିଆ ତେଲ ଓ ଚିନି: ଚାରି ଚାମଚ ଚିନିରେ ଚାରି ଚାମଚ ନଡ଼ିଆ ତେଲ ମିଶାଇ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ଏହି ସ୍କ୍ରବ୍କୁ ଗୋଡ଼, ହାତ, ମୁହଁରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ । ପାଞ୍ଚ ମିନିଟ୍ ପରେ ସଫା ପାଣିରେ ଧୋଇ ହୋଇପଡ଼ନ୍ତୁ । ଏହି ସ୍କ୍ରବ୍ ତ୍ୱଚା କୋମଳ କରିବ । ଲେମ୍ବୁ, ଚିନି ଓ ମହୁ: ଦୁଇ ଚାମଚ ଦରଦର ଗୁଣ୍ଡ ହୋଇଥିବା ଚିନି, ଚାରି ଚାମଚ ମହୁ ଓ ଗୋଟେ ଚାମଚ ଲେମ୍ବୁ ରସରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପୁରା ଶରୀରରେ ଲଗାଇ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ସ୍କ୍ରବ୍ କରନ୍ତୁ । ଏହା ପରେ ପ୍ରତିଦିନ ବ୍ୟବହାର କରୁଥିବା ସାବୁନ ଲଗାଇ ଗାଧୋଇ ପାରିବେ । ଏହାକୁ ସପ୍ତାହକୁ ଦୁଇଥର କରନ୍ତୁ । ଏହା ଦ୍ୱାରା ଶରୀରରୁ ସବୁ ଦାଗ ଦୂର ହେବା ସହ ଚିକ୍କଣ ହୁଏ । ଚାଉଳ ଗୁଣ୍ଡ ଓ ଦହି: ଗୋଟେ କପ୍ ଚାଉଳ ଗୁଣ୍ଡରେ ସମାନ ପରିମାଣରେ ଦହି ମିଶାଇ ତ୍ୱଚାରେ ପାଞ୍ଚ ମିନିଟ୍ ହାଲକା ରଗଡ଼ନ୍ତୁ । ଏହି ସ୍କ୍ରବ୍ ଶରୀର ସଫା କରିବା ସହ ଗୋରା କରିଥାଏ ।