ପ୍ରଦୂଷଣ କାରଣରୁ ହେଉଛି ହାଡ଼ ରୋଗ

ପ୍ରଦୂଷଣ କାରଣରୁ ହେଉଛି ହାଡ଼ ରୋଗ

ପ୍ରଦୂଷଣ କାରଣରୁ ହେଉଛି ହାଡ଼ ରୋଗ
ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ବାୟୂ ପ୍ରଦୂଷଣ କାରଣରୁ ୬୫ % ରୁ ଅଧିକ ଲୋକ ହାଡ଼ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବାର୍ସିଲୋନୀ ଇନଷ୍ଟିଚୁ୍ୟଟ ଫର ଗ୍ଲୋବାଲ ହେଲଥର ତଥ୍ୟ ଅନୁସାରେ ୪୦ ବର୍ଷ ଅତିକ୍ରାନ୍ତ ପରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‍ ହୋଇଥାଏ । ଏହା ସହ ପ୍ରଦୂଷଣର ସ୍ତର ବଢ଼ୁଥିବା କାରଣରୁ ସବୁଠୁ ଶୀଘ୍ର ଆମ ହାଡ଼ ହିଁ ଦୁର୍ବଳ ହୁଏ । ବର୍ତ୍ତମାନ ସମୟରେ ଯୁବକମାନେ ମଧ୍ୟ ବିଭିନ୍ନ ହାଡ଼ ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । କ୍ଷୀର ଜାତୀୟ ଦ୍ରବ୍ୟ ନିୟମିତ ଭାବେ ନିଜ ଡାଏଟ୍‍ରେ ସାମିଲ କରନ୍ତୁ । ସବୁଜ ପନିପରିବା ଯେପରି ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ସାଲମନ୍‍ ମାଛ, ଅଣ୍ଡା, ଚିକେନ ସପ୍ତାହକୁ ୨-୩ ଥର ଖାଇବା ସହ ଦୈନିକ ସୂର୍ଯ୍ୟକିରଣରେ ଚଲାବୁଲା କରନ୍ତୁ । ନଚେତ୍‍ ପାର୍କରେ ପ୍ରାତଃ ଭ୍ରମଣ କରନ୍ତୁ । ଏହା ଦ୍ୱାରା ଆମ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ ।