ଫଳ ଖାଇବାର ଉପକାରିତା

ଫଳ ଖାଇବାର ଉପକାରିତା

ଫଳ ଖାଇବାର ଉପକାରିତା
ବିଶେଷଜ୍ଞ ଦଳ ନିୟମିତ ଭାବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉପଦେଶ ଦେଉଛନ୍ତି ଯେ ଫଳ ଖାଇ ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ । ଏଇ ନିକଟରେ ସାନଫ୍ରୋନସିସକୋର ଗବେଷକ ଦଳ ପ୍ରକାଶ କରିଛନ୍ତି ଯେ ଫଳ କେଉଁ ସମୟରେ ଖାଇଲେ ତାହା ସ୍ୱାସ୍ଥ୍ୟ ଉପରେ ଉତମ ପ୍ରଭାବ ପକାଇଥାଏ । - ଅବସାଦରେ ରହୁଥିବା ଲୋକଙ୍କୁ ୧ମାସ ପର୍ଯ୍ୟନ୍ତ କଦଳୀ ଖାଇବାକୁ ଦିଅନ୍ତୁ । ଏଥିରେ ଥିବା ପ୍ରଚୁର ପରିମାଣରେ ଟ୍ରିପ୍ଟୋଫାନ ତତ୍ୱ ଆମ ମସ୍ତିଷ୍କକୁ ଚିନ୍ତାମୁକ୍ତ ରଖୁଥିବାର ପରୀକ୍ଷାରୁ ଜଣାପଡିଛି । ଏଇ ମିଠା ଫଳକୁ ଜଳଖିଆରେ ଖାଇଲେ ତାହା ଅଧିକ ଉତମ ପ୍ରଭାବ ପକାଇଥାଏ । - ସାଲାଡରେ ବ୍ରେକୋଲି ଖଶଇଲେ ତାହା ଶରୀରରୁ କୋଲେଷ୍ଟାରଲରେ ସ୍ତର ଖୁବ ଶୀଘ୍ର କମ କରେ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । - ଅଙ୍ଗୁର ଆମ ତ୍ୱଚାକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରୁଥିବବେଳେ ଏହାର ରସ ଆମ ପାଚନତନ୍ତ୍ରକୁ ଶକ୍ତି ଯୋଗାଇଥାଏ । - ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ଏକ ଗବେଷଣାରେ ସାମିଲ କରାଯାଇଥିଲା । କେବଳ ଆମ୍ବ ଫଳଟି କହିବା ମାତ୍ରେ ସେମାନଙ୍କ ମୁହଁରେ ଏକ ଖୁସିର ଅନୁଭବ ପରିଲକ୍ଷିତ ହୋଇଥିଲା । ପ୍ରତି ୧୫ ଜଣରେ ୯ ଜଣ ଲୋକ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି ।