କରୋନା କରୁଛି ଲୋକଙ୍କୁ କାଲା

କରୋନା କରୁଛି ଲୋକଙ୍କୁ କାଲା

କରୋନା କରୁଛି ଲୋକଙ୍କୁ କାଲା
କରୋନା ଲକ୍ଷଣ ବିଷୟରେ ଆମେ ସମସ୍ତେ କିଛି ନା କିଛି ଜାଣିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସମୟରେ କରୋନାକୁ ନେଇ ଏକ ନୂଆ ତଥ୍ୟ ମିଳିଛି । କରୋନା ପ୍ରଭାବ କାନ ଉପରେ ପଡ଼ୁଥିବା କୁହାଯାଉଛି । କରୋନା ସଂକ୍ରମଣ କାରଣରୁ କିଛି ରୋଗୀଙ୍କୁ ଭଲରେ ଶୁବୁନଥିବା ସମସ୍ୟା ଦେଖିବାକୁ ମିଳିଛି । ଲୋକଙ୍କ ଶ୍ରବଣ ଶକ୍ତି କମୁଥିବା ଏବେ ଅଭିଯୋଗ ଆସିଛି । ବ୍ରିଟେନରେ ଏପରି ଅଭିଯୋଗ କରାଯାଇଛି । କରୋନା ସଂକ୍ରମଣରେ ଗୁରୁତର ରୋଗୀଙ୍କୁ ଶ୍ରବଣ ଜନିତ ସମସ୍ୟା ଦେଖାଯାଉଛି । ଏହା ମାମଲା ଅଧିକ ନଥିବା ବେଳେ ଡାକ୍ତର ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ୟୁନିଭରସିଟି କଲେଜ ଲଣ୍ଡନର ବୈଜ୍ଞାନିକଙ୍କ ଅନୁସାରେ କରୋନା ସଂକ୍ରମଣ କାରଣରୁ କାଲାପଣ ସମସ୍ୟା ଦେଖିବାକୁ ମିଳୁଛି । ତେବେ କୋଭିଡ ଚିକିତ୍ସା ସମୟରେ ଏହି ସମସ୍ୟା ସମାଧାନ ହୋଇପାରୁଛନ୍ତି । ଅନୁସନ୍ଧାନରୁ ଜଣାଯାଇଛି ଯେ, ୪୫ ବର୍ଷୀୟ ବ୍ୟକ୍ତି ଯିଏକି ଆସ୍ତମା ରୋଗୀ । ସେ କରୋନା ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଠାରେ ଶ୍ରବଣ ଶକ୍ତି କମ ହେବା ମାମଲା ଦେଖାଯାଇଥିଲା । ଏହି ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ପୂର୍ବରୁ ଏପରି ସମସ୍ୟା ଦେଖାଯାଇନଥିଲା । ସଂକ୍ରମଣ ପରେ ହିଁ ସେ ଶ୍ରବଣ ଶକ୍ତି କମ ହେବା ସମସ୍ୟା ଦେଇ ଗତି କରିଥିଲେ । କରୋନା ଚିକିତ୍ସା ପରେ ତାଙ୍କ ଶ୍ରବଣ ଶକ୍ତି ଫେରିଥିଲା । ଅନୁସନ୍ଧାନକର୍ତ୍ତାଙ୍କ କହିବା ଅନୁସାରେ, ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏହି ଶ୍ରବଣ ଶକ୍ତି ଉପରେ ଅଧିକ ଅନୁଧ୍ୟାନ କରିବା ଜରୁରୀ । ଯଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ ।