କରୋନା ସଂକ୍ରମିତ ସୁସ୍ଥ ହେବାର ୯ ମାସ ପରେ ଟିକା ନେବା ଦରକାର : ଏନଇଜିଭିଏସି

କରୋନା ସଂକ୍ରମିତ ସୁସ୍ଥ ହେବାର ୯ ମାସ ପରେ ଟିକା ନେବା ଦରକାର : ଏନଇଜିଭିଏସି

କରୋନା ସଂକ୍ରମିତ ସୁସ୍ଥ ହେବାର ୯ ମାସ ପରେ ଟିକା ନେବା ଦରକାର : ଏନଇଜିଭିଏସି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧିପାଇବା ସହ ଟିକାକରଣ ଜୋରଦାର କରିବାକୁ ପ୍ରୟାସ ଜାରି ରହିଛି । ଏଣୁ କୋଭିସିଲ୍ଡର ଉଭୟ ଡୋଜ ମଧ୍ୟରେ ବ୍ୟବଧାନ ବଢ଼ାଇ ଦିଆଯାଇଛି । ସେପଟେ ଜଣେ କରୋନା ସଂକ୍ରମିତ ସୁସ୍ଥ ହେବାର ୯ ମାସ ପରେ ଟିକା ନେବାକୁ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭ୍ୟାକ୍ସିନ ଆଡମିନଷ୍ଟ୍ରେସନ (ଏନଇଜିଭିଏସି) ପରାମର୍ଶ ଦେଇଛି । ଜଣେ କରୋନା ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି କରିଥାଏ । ଏଣୁ କରୋନାକୁ ମାତ ଦେଇଥିବା ଲୋକଙ୍କୁ ୯ ମାସ ପରେ ଟିକା ଦିଆଯାଉ ବୋଲି ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୬ ମାସ ପରେ ଟିକା ନେବା ଆବଶ୍ୟକ ବୋଲି ପୂର୍ବରୁ ନିୟମ ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଲୋକ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଉଛି । ଏଣୁ ବିଶେଷଜ୍ଞ କମିଟିର ଏଭଳି ପରାମର୍ଶ ଦ୍ୱାରା ପୁନଃ ସଂକ୍ରମଣ ମାତ୍ରା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।