ସିମଲା ଲଙ୍କା ଖାଆନ୍ତୁ ରୋଗପ୍ରତିଷେଧକ ଶକ୍ତି ବଢ଼ାନ୍ତୁ

ସିମଲା ଲଙ୍କା ଖାଆନ୍ତୁ ରୋଗପ୍ରତିଷେଧକ ଶକ୍ତି ବଢ଼ାନ୍ତୁ

ସିମଲା ଲଙ୍କା ଖାଆନ୍ତୁ ରୋଗପ୍ରତିଷେଧକ ଶକ୍ତି ବଢ଼ାନ୍ତୁ
ଚାଇନିଜ ଫୁଡ ହେଉ କି ଭାରତୀୟ ଡିସ ସବୁବେଳେ କ୍ୟାପସିକମ୍ (ସିମଲା ଲଙ୍କା)ଟି ଖୋଜାପଡ଼ିଥାଏ । ତେବେ ସ୍ୱାଦ ଲାଗୁଥିବା ଏହି ଲଙ୍କାଟିରେ ଭରି ରହିଛି ଔଷଧିୟ ଗୁଣ । କାରଣ ଏଥିରେ ପ୍ରଚୁର ମାତ୍ରାର ଭିଟାମିନ-ଏ ଭରି ରହିଛି । ଯାହାଫଳରେ ଶରୀରରେ ରୋଗପ୍ରତିଷେଧକ ଶକ୍ତି ବଢ଼ାଇବା ସହ ଏହା ଆଖି ଆଉ ତ୍ୱଚା ଲାଗି ଉତ୍ତମ ଫଳପ୍ରଦ ହୋଇଥାଏ । ଏହାକୁ ଖାଇବାଦ୍ୱାରା କ୍ୟାନସର ପରି ମାରାତ୍ମକ ରୋଗ ମଧ୍ୟ ଦୂର ହୋଇଥାଏ । କାରଣ ଏହା ଶରୀରରେ କ୍ୟାନସର କୋଷକୁ ସୁସ୍ଥ କରିଥାଏ । କେବଳ ସେତିକି ନୁହେଁ ବରଂ ଆପଣଙ୍କ ଓଜନ ହ୍ରାସ କରିବାରେ ଏହାର ଭୂମିକା ଅବର୍ଣ୍ଣନୀୟ । ତେଣୁ ବିଶେଷଜ୍ଞଙ୍କ କହିବା ମୁତାବକ ପ୍ରତିଦିନ ଗୋଟିଏ ସିମଲା ଲଙ୍କା ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିଥାଏ । ଫିଟ ରହିବା ପାଇଁ ଏହା ରାମବାଣ ପରି କାମ ଦିଏ ।