ବ୍ୟାୟାମ କରୁଥିଲେ ସତର୍କତା

ବ୍ୟାୟାମ କରୁଥିଲେ ସତର୍କତା

ବ୍ୟାୟାମ କରୁଥିଲେ ସତର୍କତା
ସବୁଠୁ ମୁଖ୍ୟକଥା ହେଲା ଯେ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ, ପରେ ବ୍ୟାୟାମ କରନ୍ତୁ । ଅଧା ନିଦରେ ବ୍ୟାୟାମ କଲେ ତାହା କୌଣସି ଲାଭ ଫଳ ପ୍ରଦାନ କରେ ନାହିଁ । ପ୍ରଥମେ କିଛି ସମୟ ୱାର୍ମ ଅପ କରିବା ପରେ ହିଁ ବ୍ୟାୟାମ ଆରମ୍ଭ କରିବା ଉଚିତ । ଯେପରି ୫-୭ ମିନିଟ୍ ଯୋଗାଭ୍ୟାସ କିମ୍ବା ଚଲାବୁଲା କରିବା ପରେ ବ୍ୟାୟାମ କରନ୍ତୁ । ଆରମ୍ଭ ଦିନରୁ ଅଧିକ ସମୟ ବ୍ୟାୟାମ କଲେ ତାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ନିଶ୍ଚିତ । ପ୍ରଥମେ ୧୫ ମିନିଟ, ପରେ ୨୫ ମିନିଟ୍ ଏହା ପରେ ସମୟ କ୍ରମେ ବ୍ୟାୟାମର ସମୟସୀମା ବଢ଼ାଇପାରିବେ ।