କରନ୍ତୁ ଦହି ଫେସିଆଲ, ଆପଣଙ୍କ ତ୍ୱଚା ଦିଶିବ ଗ୍ଲୋଇଙ୍ଗ ଗ୍ଲୋଇଙ୍ଗ

କରନ୍ତୁ ଦହି ଫେସିଆଲ, ଆପଣଙ୍କ ତ୍ୱଚା ଦିଶିବ ଗ୍ଲୋଇଙ୍ଗ ଗ୍ଲୋଇଙ୍ଗ

କରନ୍ତୁ ଦହି ଫେସିଆଲ, ଆପଣଙ୍କ ତ୍ୱଚା ଦିଶିବ ଗ୍ଲୋଇଙ୍ଗ ଗ୍ଲୋଇଙ୍ଗ
ସାଧାରଣତଃ ଦହି ଆମେ ଖାଇଥାଉ । ଦହି ଦେହ ପାଇଁ ଯେତିକି ସ୍ୱାସ୍ଥ୍ୟକର ସେତିକି ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ । ଆମେ ତ୍ୱଚାରେ ଦହି ଲଗାଇବା ଦ୍ୱାରା ବୁହତ ଫାଇଦା ମିଳିଥାଏ । ଦହିକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ଗ୍ଲୋ ମଧ୍ୟ ଆସିଥାଏ । ଆସନ୍ତୁ ଜାଣିବା ମୁହଁରେ ଦହି ଫେସିଆଲ ବିଷୟରେ । ଆପଣଙ୍କର ଏହି ଫେସିଆଲ ବହୁତ କମ୍ ପଇସାରେ ଘରେ ହୋଇପାରିବ । ତା ସହିତ ଆପଣଙ୍କ ମୁହଁ ବି ବହୁତ ଭଲ ଭାବେ ଗ୍ଲୋ କରିବ । ପାର୍ଲରେ ଫେସିଆଲ କଲେ ଯେମିତି ଗ୍ଲୋ ଆସେ ଅପଣ ଏହି ଫେସିଆଲ ଘରେ କରି ଆପଣଙ୍କ ଚେହେରାରେ ଗ୍ଲୋ ଆଣିପାରିବେ । ଆସନ୍ତୁ ଜାଣିବା ଏହି ଫେସିଆଲ ପାଇଁ ଆମକୁ କ’ଣ ଦରକାର ଏବଂ କେମିତି ଭାବେ ଆପଣ ଏହି ଫେସିଆଲ କରିପାରିବେ । କ୍ଲିଜିଂ ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ କିଛି ବସାଦହିକୁ ନେଇ ମୁହଁରେ ୨ ମିନିଟ ପର୍ଯ୍ୟନ୍ତ ମାସାଜ କରନ୍ତୁ । ଏହିଭଳି ମାସାଜ କଲେ ଆପଣଙ୍କ ଚେହେରାରେ ଥିବା ଡେଡ ସ୍କିନ ଗୁଡିକ ବାହାରି ଯାଇଥାଏ । ଏହିପରି ଆପଣ ମୁହଁକୁ କ୍ଲିଜିଂ କରନ୍ତୁ । ତାପରେ ତାକୁ ନରମାଲ ପାଣିରେ ଧୋଇ ଦେଇ ଏକ କଟନରେ ପୋଛି ଦିଅନ୍ତୁ । ସ୍କ୍ରବ ଆପଣ ଘରେ ବ୍ୟବହାର କରୁଥିବା ଚିନିକୁ ସ୍କ୍ରବ ଭାବେ ବ୍ୟବହାର କରିପାରିବେ । ହାପ ଚାମଚ ଚିନି ଗୁଣ୍ଡକୁ ହାପ ଚାମଚ ଦହିରେ ମିଶାଇ ଦେଇ ତାକୁ ଭଲ ଭାବେ ଗୋଳାନ୍ତୁ । ଏବଂ ତାକୁ ମୁହଁରେ ଲଗାଇ ସ୍କ୍ରବ କରନ୍ତୁ । ୨ ମିନିଟ ସ୍କ୍ରବ କରିବା ପରେ କଟନରେ ମୁହଁକୁ ସଫା କରିଦିଅନ୍ତୁ । ସ୍କ୍ରବ କରିବା ଦ୍ୱାରା ଡେଡ ସ୍କିନ ବାହାରିଯାଇ ମୁହଁରେ ଗ୍ଲୋ ଆଣିଥାଏ । ଫେସ ପ୍ୟାକ୍ ୧ ଚାମଚ ଦହିରେ ବାଦାମ ତେଲ, ମେଥି ପାଉଡର ଏବଂ ଗୋଲାପ ଜଳ ମିଶାଇ ଏକ ଫେସ ପ୍ୟାକ ତିଆରି କରନ୍ତୁ । ତାପରେ ତାକୁ ଫେସରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ମାସାଜ କରନ୍ତୁ । ତାପରେ ମୁହଁକୁ ଧୋଇ ଦିଅନ୍ତୁ । ଶେଷରେ ଗୋଲାପ ଜଳ ମୁହଁରେ ଲଗାଇ ଦିଅନ୍ତୁ । ଆପଣ ଚାହଁଲେ ଗୋଲାପ ଜଳ ସହିତ ଆଲୋବେରା ମିଶାଇ ମୁହଁରେ ଲଗାଇ ପାରିବେ । ଆପଣ ଏହାକୁ ମାସକୁ ଦୁଇଥର କରନ୍ତୁ ଦେଖିବେ ଆପଣଙ୍କ ଚେହେରା କେମିତି ଗ୍ଲୋ କରୁଛି ।