ଦହିର ଉପକାରିତା

ଦହିର ଉପକାରିତା

ଦହିର ଉପକାରିତା
ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଦ୍ୱିପହର ଭୋଜନରେ ଅଳ୍ପ ପରିମାଣରେ ଦହି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ତେବେ ଶୀତଦିନେ ଦହି ସେବନ ସମୟରେ ସତର୍କ ରହିବା ଜରୁରୀ । ଶ୍ୱାସଗତ ସମସ୍ୟା ଥିଲେ କିମ୍ବା ଥଣ୍ଡା ରୋଗ ହୋଇଥିଲେ, ଦହି ସେବନ କରିବା ଏଇ ଦିନେ କ୍ଷତିକାରକ । ପୋଷକତତ୍ତ୍ୱ ଭରପୁର ଦହିକୁ ରାତିବେଳା ଆଦୌ ଭୋଜନରେ ସାମିଲ କରନ୍ତୁ ନାହିଁ । ଭିଟାମିନ ସି ଭରପୁର ଦହିକୁ ଫି୍ରଜରେ ରଖିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଅମ୍ଳ ରୋଗି ପ୍ରତ୍ୟହ ଦହି ୩-୪ ଚାମଚ ଖାଇଲେ ସେମାନଙ୍କ ସମସ୍ୟା ଦୂର ହୋଇଥିବା ବେଳେ ଖାଦ୍ୟ ହଜମ ହେବା ନିମନ୍ତେ ଏହାର ଉତ୍ତମ ପ୍ରଭାବ ପଡେ଼ । ଲୋ ଫ୍ୟାଟ ଦହି ଖାଇଲେ ତାହା ଆମ ଶରୀରର ହାଡ଼କୁ ଶକ୍ତ କରିବା ସହ ଆଣ୍ଠୁଗଣ୍ଠି ସମସ୍ୟା ମଧ୍ୟ ଉପୁଜାଇଥାଏ । ତ୍ୱଚାକୁ ଉତ୍ତମ ଖୋରାକ ଯୋଗାଉଥିବା ଦହି ଆମ କେଶ ସମସ୍ୟା ମଧ୍ୟ ଦୂର କରୁଥିବାର ବିଶେଷଜ୍ଞଙ୍କ ମତ । ପେଟ ପୋଡ଼ା, ଜ୍ୱାଳା ହେଉଥିଲେ, ନିୟମିତ କିଛି ଦିନ ପର୍ଯ୍ୟନ୍ତ ଦହି ଭାତ ଖାଆନ୍ତୁ । ସମସ୍ତ ସମସ୍ୟାର ସମାଧାନ ହେବ ।