ଏହି ପ୍ରଣାଳୀରେ ନିଅନ୍ତୁ କେଶର ଯତ୍ନ, ଦିଶିବ ଘନ

ଏହି ପ୍ରଣାଳୀରେ ନିଅନ୍ତୁ କେଶର ଯତ୍ନ, ଦିଶିବ ଘନ

ଏହି ପ୍ରଣାଳୀରେ ନିଅନ୍ତୁ କେଶର ଯତ୍ନ, ଦିଶିବ ଘନ
ନିୟମିତ କେଶମୂଳରେ ତେଲ ଲଗାଇବା ସହ ଅନ୍ୟ କେତୋଟି ସରଳ ଉପଚାର କଲେ, ସେ ସବୁ କେଶ ପାଇଁ ମଏଶ୍ଚ ରାଇଜର ଭଳି କାମ କରେ । ଦହି ସପ୍ତାହରେ ଥରୁଟିଏ ଅନ୍ତତଃ କେଶରେ ଲଗାଇ ୩୦ ମିନିଟ ପରେ ସଫା କରିବେ । କୌଣସି ପ୍ୟାକରେ ମିଶାଇ ନଚେତ କେବଳ ଦହିରେ ଅଳ୍ପ ପାଣି ମିଶାଇ କେଶରେ ଲଗାଇଲେ ଘନତ୍ୱ ବଢ଼ାଇବା ସହ ତାହା କେଶମୂଳକୁ ଶକ୍ତ କରେ । କଦଳୀ ଖାଇବା ସହ ଏହାକୁ ଚକଟି ୨ ଚାମଚ ମହୁ ମିଶାଇ କେଶରେ ଲଗାଇ ୨୦ ମିନିଟ ପରେ ଧୋଇନେବେ । ଏହି ପ୍ୟାକ କେଶ ପାଇଁ ମଏଶ୍ଚରାଇଜର ଭଳି କାମ କରେ । କେଶ ଶୁଷ୍କ ଓ ରୁପି ସମସ୍ୟା ଏଇ ପ୍ୟାକ ଦୂର କରେ । କଞ୍ଚା କ୍ଷୀର କେଶ ପାଇଁ ଔଷଧ ଭଳି କାମ କରୁଥିବାର ବିଉଟିସିଆନ ଶେହନାଜ ହୁସୈନଙ୍କ ମତ । କ୍ଷୀର କେଶରେ ଲଗାଇ ଶୁଖିବା ପରେ ଥଣ୍ଡା ପାଣିରେ ଧୋଇନେବେ । କେଶରେ ଚମକ ଆସିବା ସହ ଝଡ଼ିବା ସମସ୍ୟା ସମୟକ୍ରମେ ଦୂର ହୁଏ । ଲେମ୍ବୁରସକୁ ବିଭିନ୍ନ ପ୍ୟାକରେ ମିଶାଇ ନଚେତ ପାଣିରେ ମିଶାଇ କେଶରେ ଲଗାଇଲେ ଅକାଳରେ ପାଚିବା ସହ ସମସ୍ୟା ସମୟ କ୍ରମେ ଦୂର ହୁଏ । ଲେମ୍ବୁରସକୁ ବିଭିନ୍ନ ପ୍ୟାକରେ ମିଶାଇ ନଚେତ ପାଣିରେ ମିଶାଇ କେଶରେ ଲଗାଇଲେ ଅକାଳରେ ପାଚିବା ସମସ୍ୟା ବନ୍ଦ ହେଉଥିବାର ବିଉଟିସିଆନଙ୍କ ମତ ।