ଚକ୍ଷୁର ଜ୍ୟୋତି ବୃଦ୍ଧି ନିମନ୍ତେ...
ଚକ୍ଷୁର ଜ୍ୟୋତି ବୃଦ୍ଧି ନିମନ୍ତେ...
admin
Dec 4, 2019 - 10:38
Updated: Dec 4, 2019 - 10:38
ଚକ୍ଷୁ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ସମ୍ବେଦନଶୀଳ ଏହି ଅଙ୍ଗ ପ୍ରତି ଆମକୁ ଯତ୍ନବାନ ହେବା ସହ ସତର୍କ ରହିବାକୁ ପଡେ଼ । ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ପିଢ଼ିର ଜୀବନ ଶୈଳୀ କାରଣରୁ ହିଁ ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ । ଆମ ଦୃଷ୍ଟି ଶକ୍ତି କମ୍ ହେବାର ପ୍ରଥମ ଓ ମୁଖ୍ୟ କାରଣ ହେଲା
ଅତ୍ୟଧିକ ପରିମାଣରେ ମଦ୍ୟପାନ କରିବା । ଅନୁଧ୍ୟାନରୁ ଜଣାପଡ଼ିଛି, ଦିନରାତି ନିଶାସେବନ କରୁଥିବା ବ୍ୟକ୍ତିଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଖିର କଳା ଦାଗ ପରି ଦୃଶ୍ୟମାନ ହୁଏ । ସେହି ସମୟରୁ ସେମାନେ ସଚେତନ ନ ହେଲେ ପରବର୍ତ୍ତୀ ସମୟରେ ପୂରା ଆଖିର ଦୃଷ୍ଟି ଶକ୍ତି ହରାଇଥାନ୍ତି । ଚକ୍ଷୁ ବିଶେଷଜ୍ଞଙ୍କ କହିବାନୁସାରେ ଆଖିରେ ‘ବ୍ଲାଇଣ୍ଡ ସ୍ପଟ୍’ ଦେଖାଗଲେ ପ୍ରଥମରୁ ହିଁ ମଦ୍ୟପାନ ଓ ନିଶାସେବନ କୁଅଭ୍ୟାସଠାରୁ ଦୂରେଇ ରହିବା ଉଚିତ ।
ମାନସିକ ଚିନ୍ତାରେ ରହିଲେ ମଧ୍ୟ ତାହାର ପ୍ରଭାବ ଆଖି ଉପରେ ପଡ଼ିଥାଏ । ସେସବୁ ଠାରୁ ଦୂରେଇ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ ।
କମ୍ ଆଲୋକ ଥିବା ସ୍ଥାନରେ ପତି୍ରକା କିମ୍ବା ଖବରକାଗଜ ଆଦୌ ପଢ଼ନ୍ତୁ ନାହିଁ । ଏହା ମଧ୍ୟ ଆମ ଚକ୍ଷୁ ଉପରେ ପ୍ରଭାବ ପକାଇବା ସହ ମୁଣ୍ଡ ବିନ୍ଧା ସମସ୍ୟା ଉପୁଜିଥାଏ ।
ରାତିରେ ଶୋଇବା ସମୟରେ ସ୍ମାର୍ଟଫୋନ୍ରେ କୌଣସି ଭିଡ଼ିଓ ବା ଚ୍ୟାଟିଂ ଅଭ୍ୟାସ ବନ୍ଦ କରିବା ଉଚିତ । ନଚେତ୍ ପରବର୍ତ୍ତୀ ସମୟରେ ତାହା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।
ନିଜ ଭୋଜନରେ ଚୂନା ମାଛ, ଅଣ୍ଡା, ଡ୍ରାଏଫ୍ରୁଟସ, ଗାଜର, ସବୁଜ ପନିପରିବା ଇତ୍ୟାଦି ସାମିଲ କରନ୍ତୁ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ସହ ନିୟମିତ ଭାବେ ୭-୮ ଘଣ୍ଟା ଶୋଇବା ମଧ୍ୟ ଜରୁରୀ ।