ଚାପମୁକ୍ତ ରହିବାର ମନ୍ତ୍ର ।

ଚାପମୁକ୍ତ ରହିବାର ମନ୍ତ୍ର ।

ଚାପମୁକ୍ତ ରହିବାର ମନ୍ତ୍ର ।
ପ୍ରତି ୧୫ ଦିନରେ ୬ ଜଣ ମାନସିକ ଚାପ, ଅବସାଦ ରୋଗରେ ଜୀବନ ଅତିବାହିତ କରୁଥିବାର ଅନୁଧ୍ୟାନରୁ ପ୍ରକାଶ । ବିଶ୍ୱସ୍ତରୀୟ ଏହି ସର୍ବେକ୍ଷଣରେ ମୋଟ ୨୧ଟି ରାଷ୍ଟ୍ରର ଲୋକଙ୍କୁ ସାମିଲ କରାଯାଇଥିଲା । ସୁସ୍ଥ ଜୀବନଶୈଳୀ ସହ ମାନସିକ ଶାନ୍ତି ପାଇବାକୁ ଚାହୁଁଥିଲେ, ପ୍ରତିଦିନ ଯୋଗ କରିବା ଏକ ସୁନ୍ଦର ଅଭ୍ୟାସ ବୋଲି ବିଶେଷଜ୍ଞଙ୍କ ମତ । କିଶୋର ଠାରୁ ବୟସ୍କ ପିଢ଼ି ଦୈନିକ ୧୫-୨୦ ମିନିଟ୍ ଯୋଗ କଲେ ଏହାର ଉତ୍ତମ ପ୍ରଭାବ ପଡ଼ିଥାଏ । ଯୋଗ, ପ୍ରାଣାୟାମ ଆଦି କଲେ ଆମ ମନ ପ୍ରଫୁଲ୍ଲ ରହିବା ସହ ମାନସିକ ଚିନ୍ତା ମଧ୍ୟ ଅନେକାଂଶରେ ହ୍ରାସ ପାଇଥାଏ । ଲଣ୍ଡନର ଗବେଷକ ଦଳଙ୍କ ମତରେ ଯୋଗ କଲେ ଆମ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ଅମ୍ଳଜାନ ମିଳେ, ଯାହା କାରଣରୁ ମନ ଶାନ୍ତ ରହୁଥିବାର ପରୀକ୍ଷାରୁ ଜଣାପଡ଼ିଛି । ଯୋଗ ଗୁରୁଙ୍କ ତାଲିମରେ ୧୦ ଦିନ କ୍ରମାଗତ ଯୋଗାଭ୍ୟାସ କଲେ ଏହାର ଉତ୍ତମ ପ୍ରଭାବ ଜାଣି ହୋଇଥାଏ । ଯୋଗ ଆରମ୍ଭ ପୂର୍ବରୁ କିଛି ସମୟ ଆଖି ବନ୍ଦ କରି ଧ୍ୟାନ କରନ୍ତୁ । ପ୍ରତ୍ୟେକ ପ୍ରକାର ଯୋଗ ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇଥିବା ବେଳେ ନିଦ୍ରାହୀନତା ଓ ମାନସିକ ଅଶାନ୍ତି ମଧ୍ୟ ଏହା ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ ହେଉଥିବାର ଜଣାପଡ଼ିଛି ।