ଶୀତ ଦିନରେ ଘରୋଇ ଉପଚାର ଓ ତ୍ୱଚାର ଯତ୍ନ କେମିତି ନେବା ଆସନ୍ତୁ ଜାଣିବା

ଶୀତ ଦିନରେ ଘରୋଇ ଉପଚାର ଓ ତ୍ୱଚାର ଯତ୍ନ କେମିତି ନେବା ଆସନ୍ତୁ ଜାଣିବା

ଶୀତ ଦିନରେ ଘରୋଇ ଉପଚାର ଓ ତ୍ୱଚାର ଯତ୍ନ କେମିତି ନେବା ଆସନ୍ତୁ ଜାଣିବା
ଶୀତଋତୁରେ ଅନେକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତିି । ତେବେ ଅତି ଗରମ ପାଣିରେ ଗାଧୋଇବା ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଏଥିପାଇଁ ନଖଉଷୁମ ପାଣି ବ୍ୟବହାର କରିବା ଉଚିତ । ସାବୁନ ବ୍ୟବହାର କମ୍ କରନ୍ତୁ । ଯଦି ତ୍ୱଚା ଶୁଷ୍କ ହୋଇଥାଏ, ତା ହେଲେ ଆଦୌ ସ୍କ୍ରବ କରନ୍ତୁ ନାହିଁ । ତ୍ୱଚାକୁ ନରମ ଓ ମସୃଣ କରିବା ପାଇଁ ଦହି ବ୍ୟବହାର କରନ୍ତୁ । ଦହି ଓ ଚିନିର ମିଶ୍ରଣ ପ୍ରସ୍ତୁତ କରି ମୁହଁ ସମେତ ଦେହରେ ଲଗାଇ ଶୁଖିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ । ଶୁଖିଯିବା ପରେ ହାତରେ ହାଲୁକା ମାଲିସ କରି ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ସ୍ନାନର ଏକ ଘଣ୍ଟା ପୂର୍ବରୁ ନଡ଼ିଆ, ରାଶି ବା ତ୍ୱଚା ଉପଯୋଗୀ ତେଲ ଦେହରେ ଲଗାଇ ଭଲ କରି ମାଲିସ କରନ୍ତୁ । ଗ୍ଲିସେରିନ, ଲେମ୍ବା ଓ ଗୋଲାପ ଜଳର ମିଶ୍ରଣ ପ୍ରସ୍ତୁତ କରି ଏକ ସଫା ବୋତଲରେ ରଖନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ତାକୁ ଭଲ ଭାବରେ ମୁହଁରେ ଲଗାନ୍ତୁ । ସକାଳୁ ଉଠି ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ । ନିୟମିତକଲେ ମୁହଁ ଉଜ୍ଜ୍ୱଳ ଦିଶିବ । ପିଛା ଛାଡ଼ୁନି ଟ୍ରୋଲିଂ ଟ୍ରୋଲିଂ ଯେମିତି ଅନନ୍ୟା ପାଣ୍ଡେଙ୍କ ପିଛା ଛାଡ଼ିବାର ନାଁ ଧରୁନାହିଁ । କେତେବେଳେ ବଲିଉଡରେ ନେପୋଟିଜମ ନେଇ ବକ୍ତବ୍ୟ, ପୁଣି କେତେବେଳେ ବିବାଦୀୟ ପ୍ରସଙ୍ଗରେ ଅଯଥାରେ ମୁଣ୍ଡ ଖେଳାଇବା ଏସବୁ ନେଇ ବାରମ୍ବାର ଟ୍ରୋଲ ହେଉଛନ୍ତି ଅନନ୍ୟା । ବିଟାଉନରେ ନିନ୍ଦୁକମାନେ ଯଦିଓ କହୁଛନ୍ତି ଯେ ମାତ୍ର ଦୁଇଟି ଫିଲ୍ମ କରି ଅନନ୍ୟା ଧରାକୁ ସରା ମଣୁନାହାନ୍ତି । ଅଭିନୟରେ ଏବେ ବି ପଟୁ ହୋଇନାହାନ୍ତି । ତଥାପି ନିଜର ଭାଉ ବଢେ଼ଇବା ପାଇଁ ୟାଡୁ ସ୍ୟାଡୁ କଥା କହୁଛନ୍ତି । କିଛି ଦିନ ତଳେ ନେଟିଜେନମାନେ ତାଙ୍କୁ ବେଶ କଡ଼ା କଥା କହି ଟ୍ରୋଲ କରିଛନ୍ତି । ଧଳା ରଙ୍ଗର ଏକ କାଜୁଆଲ ସ୍ୱେଟ ସାର୍ଟ ପିନ୍ଧି ବାହାରକୁ ବାହାରିଥିଲେ ଅନନ୍ୟା । ତାଙ୍କ ମୁକ୍ତ କେଶରେ ‘ନୋ ବଟମ ଲୁକ୍’ ପୁରା ପରଫେକ୍ଟ ଥିଲା । ହେଲେ ନେଟିଜେନମାନେ ତାଙ୍କୁ ଅସଭ୍ୟ, ପ୍ୟାଣ୍ଟ ପିନ୍ଧିବାକୁ ଭୁଲିଯାଇଛନ୍ତି ବୋଲି ଉଲ୍ଲେଖ କରିବାକୁ ପଛାଇ ନଥିଲେ । କେହି ଜଣେ ୟୁଜର ଲେଖିଥିଲେ ଅନନ୍ୟାଙ୍କ ପାଖରେ ପ୍ୟାଣ୍ଟ କିଣିବାକୁ ଟଙ୍କା ନଥିଲା ।