୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ମିଳିଛି । ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି କଠୋର ନହୋଇ ଜନସାଧାରଣଙ୍କୁ ବୁଝାଇବାକୁ ମଧ୍ୟ କହିଛନ୍ତି । ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଟ୍ରାଫିକ ନିମୟକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।