‘ବିକ୍ରମ’ ସୁରକ୍ଷିତ ଅଛି: ଇସ୍ରୋ

‘ବିକ୍ରମ’ ସୁରକ୍ଷିତ ଅଛି: ଇସ୍ରୋ

‘ବିକ୍ରମ’ ସୁରକ୍ଷିତ ଅଛି: ଇସ୍ରୋ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ସମ୍ପର୍କରେ ଆଜି ପୁଣି ଆଉ ଗୋଟିଏ ଶୁଭ ଖବର ମିଳିଛି । ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ‘ବିକ୍ରମ’ ସମ୍ପର୍କରେ ଇସ୍ରୋ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି । ଲ୍ୟାଣ୍ଡର ‘ବିକ୍ରମ’ ର କିଛି କ୍ଷତି ହୋଇନଥିବା ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ‘ବିକ୍ରମ’ ର ହାର୍ଡ ଲ୍ୟାଣ୍ଡିଂ ହୋଇଥିବାବେଳେ ତାହାର କୌଣସି ଅଂଶ ବିଶେଷ ଭାଙ୍ଗି ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଜାରି ରହିଛି । ଆମେ ଆଶା ହରାଇ ନାହୁଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡର ‘ବିକ୍ରମ’ ନୂଆଣିଆ ସ୍ଥିତିରେ ଅଛି । ଲ୍ୟାଣ୍ଡର ଅବତରଣ ବେଳେ ଜୋରରେ କଚାଡ଼ି ହୋଇ ଢଳି ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ର ସହ ସମ୍ପର୍କ ଚ୍ଛିନ୍ନ ହେବା ଘଟଣା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ଝଟକା ଲାଗିଥିଲାବୋଲି କୁହାଯାଉଥିଲେ ହେଁ ଗତକାଲି ଗୋଟିଏ ଶୁଭ ଖବର ଆସିଥିଲା । ତାହା ହେଲା ଗତକାଲି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଥିଲା । ‘ବିକ୍ରମର’ ପତ୍ତା ମିଳିଥିବା ନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ । ଆର୍ବିଟରରୁ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ମିଳିଥିବା ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ବିକ୍ରମ ସହ ଯୋଗାଯୋଗ ହୋଇପାରିନାହିଁ । ଆମେ ଯୋଗାଯୋଗ କରିବାକୁ ଚେଷ୍ଟା ଜାରି ରଖିଛୁ । ଆମେ ସଫଳ ନିଶ୍ଚୟ ହେବୁ ବୋଲି ସେ କହିଥିଲେ । ପ୍ରକାଶ ଯେ, ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରିନଥିଲା । ପୂର୍ବ ନର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା । ଏହା ଚନ୍ଦ୍ରପୃଷ୍ଠର ଅଧ୍ୟକ୍ଷନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇଥାନ୍ତା ।