ଚିଦାମ୍ବରମଙ୍କୁ ଗିରଫ: ଆଜି କୋର୍ଟରେ ହାଜର ହେବେ

ଚିଦାମ୍ବରମଙ୍କୁ ଗିରଫ: ଆଜି କୋର୍ଟରେ ହାଜର ହେବେ

ଚିଦାମ୍ବରମଙ୍କୁ ଗିରଫ: ଆଜି କୋର୍ଟରେ ହାଜର ହେବେ
ନୂଆଦିଲ୍ଲୀ : ଆଜି ରାତିରେ ଏକ ନାଟକୀୟ ଘଟଣାକ୍ରମେ ପୂର୍ବତନ୍ତ୍ର କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ଚିଦମ୍ବରମ ଗତକାଲି ଠାରୁ ଉଭାନ ହୋଇଯାଇଥିଲେ । ଦୀର୍ଘ ୨୭ ଘଣ୍ଟା ପରେ ଚିଦମ୍ବରମ ଆଜି ରାତି ୮ଟା ୧୦ ମିନିଟ୍ରେ ଅଚାନକ କଂଗ୍ରେସ ମୁଖ୍ୟାଳୟରେ ଆବିର୍ଭାବ ହୋଇଥିଲେ । ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ପହଞ୍ଚିଥିଲେ । କଂଗ୍ରେସ ଅଫିସରୁ ଚିଦମ୍ବରମ ଘରକୁ ଫେରୁଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କର ପିଛା କରିଥିଲେ । ସେ ଘରେ ପହଞ୍ଚିବା ପରେ ଗେଟ୍ ବନ୍ଦ ହୋଇଯାଇଥିଲା । ଏହା ଦେଖି ସିବିଆଇ ଅଧିକାରୀମାନେ କାନ୍ଥ ଡେଇଁ ଚିଦମ୍ବରମଙ୍କ ଘରେ ପଶିଥିଲେ । ସେମାନଙ୍କ ସହିତ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ବା ଇଡି ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ । ଘର ଭିତରେ ଚିଦମ୍ବରମ୍ଙ୍କୁ ସେମାନେ କିଛି ସମୟ ଜେରା କରିଥିଲେ । ଏହା ପରେ କାରରେ ବସାଇ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା । ଗିରଫଦାରୀ ପୂର୍ବରୁ ଚିଦମ୍ବରମଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । କଂଗ୍ରେସ ସମର୍ଥକମାନେ ହଙ୍ଗାମା କରିବାରୁ ପୁଲିସ ଡକାଯାଇଥିଲା । କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।