ମୋଦୀଙ୍କ ଅଡୁଆ ବଢାଇଲେ ଇମ୍ରାନ

ମୋଦୀଙ୍କ ଅଡୁଆ ବଢାଇଲେ ଇମ୍ରାନ

ମୋଦୀଙ୍କ ଅଡୁଆ ବଢାଇଲେ  ଇମ୍ରାନ
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରି ଦେଇଥିବା ଏକ ମନ୍ତବ୍ୟ ଏବେ ମୋଦୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଇମ୍ରାନ କହିଛନ୍ତି ଯଦି ଭାରତରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଆସେ ତେବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ଆଲୋଚନା ପାଇଁ ଏହା ଭୟ କରି କଂଗ୍ରେସ ପାକିସ୍ତାନ ସହ ଆଲୋଚନାରୁ ଦୂରେଇ ରହିପାରେ କିନ୍ତୁ ଯଦି ଭାରତରେ ପୁଣିଥରେ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆସେ ତେବେ ଭାରତ ସହ କଥାବାର୍ତା ସମ୍ଭବ ହୋଇପାରିବ । ତେବେ ଇମ୍ରାନଙ୍କର ଏହି ବୟାନକୁ ଅସ୍ତ୍ର କରି ବିରୋଧୀ ଦଳଗୁଡିକ ଆଜି ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି । ଶାସକ ଦଳ ବିଜେପି ପାକିସ୍ତାନର ଭାଷା କହୁଛି ବୋଲି ବିରୋଧୀମାନେ କହିଛନ୍ତି । କଂଗ୍ରେସ ମୁଖ୍ୟପାତ୍ର ରଣଦୀପ ସୂର୍ଯେୱାଲା ଆଜି ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ପାକିସ୍ତାନ ମୋଦୀଙ୍କ ସହ ସରକାରୀ ଭାବେ ମେଂଟ କରିଛି । ମୋଦୀଙ୍କୁ ଭୋଟ ଦେବା ପାକିସ୍ତାନକୁ ଭୋଟ ଦେବା ସହ ସମାନ । ମୋଦୀଙ୍କ ସବୁ ଗୋପନ କଥା ଏବେ ପଦାରେ ପଡିଗଲା ବୋଲି ସେ କହିଛନ୍ତି । ପ୍ରଥମେ ନୱାଜ ସରିଫ ଆପଣଙ୍କ ବନ୍ଧୁ ଥିଲେ ଆଉ ଏବେ ଇମ୍ରାନ ଖାନ ବନ୍ଧୁ ଥିଲେ ଆଉ ଏବେ ଇମ୍ରାନ ଖାନ ବନ୍ଧୁ ଥିଲେ ଆଉ ଏବେ ଇମ୍ରାନ ଖାନ ବନ୍ଧୁ ବୋଲି ସେ କହିଛନ୍ତି । ସେହିପରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ କହିଛନ୍ତି ମୋଦୀ ଜିତନ୍ତୁ ବୋଲି ପାକିସ୍ତାନ କାହିକିଁ ତାହା ସ୍ପଷ୍ଟ ହେବା ଦରକାର । ମୋଦୀ ଜିତିଲେ ପାକିସ୍ତାନରେ ବାଣ ଫୁଟିବ ବୋଲି ସେ କହିଛନ୍ତି । ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ମଧ୍ୟ ଏହି ପ୍ରସଙ୍ଗରେ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ଓମାର କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବେ ମୋଦୀଙ୍କ ପାଇଁ ପ୍ରଚାର କରୁଛନ୍ତି । ମୁଫିତି ଇମ୍ରାନଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରାକ ପ୍ରଧାନମନ୍ତ୍ରୀଙ୍କ ଏଭଳି କଥାକୁ ମୋଦୀ ଭକ୍ତମାନେ ସମର୍ଥନ କରିବେ କି ମୁଣ୍ଡ ବାଡେଇ କାନ୍ଦିବେ ତାହା ଜାଣିପାରୁନାହାନ୍ତି ।