ଧାରା ୩୭୦ ଉଚ୍ଛେଦ ହେବ : ୭ରେ କହିବେ ମୋଦି

ଧାରା ୩୭୦ ଉଚ୍ଛେଦ ହେବ : ୭ରେ କହିବେ ମୋଦି

ଧାରା ୩୭୦ ଉଚ୍ଛେଦ ହେବ : ୭ରେ କହିବେ ମୋଦି
ନୂଆଦିଲ୍ଲୀ: ଜମ୍ମୁ କାଶ୍ମରରୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ କାଶ୍ମରରୁ ସ୍ୱତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଆସନ୍ତା ୭ ତାରିଖ ଦିନ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଜାମ୍ମୁ କାଶ୍ମୀର ସମ୍ପର୍କରେ ରାଜ୍ୟସଭାରେ ଏକାଧିକ ପ୍ରସ୍ତାବ ଆଗତ ହୋଇଛି । ଧାରା ୩୭୦ ଉଚ୍ଛେଦ ପ୍ରସ୍ତବା ସହ ଅନେକ ପ୍ରସ୍ତାବ ଆଣିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଜାମ୍ମୁ କାଶ୍ମୀର ଠାରୁ ଲଦାଖକୁ ଅଲଗା କରାଯିବାକୁ ମଧ୍ୟ ପ୍ରସ୍ତାବ ଆଣିଛନ୍ତି ଅମିତ ଶାହା । ଲଦାଖକୁ ଅଲଗା କରି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।